ଗୋଟିଏ ଦିନରେ ରାଜ୍ୟରେ ୧୭୮ କରୋନା ଆକ୍ରାନ୍ତ ସୁସ୍ଥ

ଗୋଟିଏ ପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରବିବାର ରାଜ୍ୟ ସର୍ବାଧିକ ୧୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ସୁସ୍ଥ ସଂଖ୍ୟା ୧୮୯୪କୁ ବୃଦ୍ଧି ପାଇଛି।ସେମାନଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୩୯ ଜଣ, ଗଜପତିରୁ ୨୩, ନୂଆପଡ଼ାରୁ ୨୨, ଭଦ୍ରକରୁ ୧୭, ନୟାଗଡ଼ରୁ ୧୫, ଗଞ୍ଜାମରୁ ୧୪, କେନ୍ଦ୍ରାପଡ଼ାରୁ ୧୦, ଢେଙ୍କାନାଳ ଓ କନ୍ଧମାଳରୁ ୯ ଜଣ ଲେଖାଏ, ସୁନ୍ଦରଗଡ଼ରୁ ୬ ଓ ବାଲେଶ୍ୱରରୁ ୪ ଜଣ ସୁସ୍ଥା ହୋଇଛନ୍ତି। ସେହିପରି କଟକ, ବଲାଙ୍ଗିର ଓ ମାଲକାନଗିରିରୁ ଦୁଇ ଜଣ ଲେଖାଏ, ଜଗତସିଂହପୁର, ଝାରସୁଗୁଡ଼ା, ନବରଙ୍ଗପୁର ଓ ପୁରୀରୁ ଜଣେ ଲେଖାଏ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚିଛି। ସେଥିମଧ୍ୟରୁ ୯ଜଣଙ୍କର ମୃତ୍ୟୁ ଘଟିଛି।

Spread the love