ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ

ରାଜ୍ୟରେ ଆଉ ୯୯ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଯାଜପୁରରୁ ୧୬, ଖୋର୍ଦ୍ଧାରୁ ୧୩ , କେନ୍ଦ୍ରାପଡ଼ାରୁ ୧୧, ଗଞ୍ଜାମରୁ ୯, ଦେବଗଡ଼ରୁ ୮, କଟକରୁ ୭, ଜଗତସିଂହପୁରରୁ ୭, ବାଲେଶ୍ୱରରୁ ୬, ବଲାଙ୍ଗିରରୁ ୬, ବରଗଡ଼ରୁ ୬ , କେନ୍ଦୁଝରରୁ ୪ ଓ ନୟାଗଡ଼ରୁ ୩ ଓ କୋରାପୁଟ, ସୁନ୍ଦରଗଡ଼ ଓ ସମ୍ବଲପରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଆଜି ସୁଦ୍ଧା ରାଜ୍ୟରେ ୨,୯୯୪ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୯୩ ଜଣ ସୁସ୍ଥ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲେ ବି କରୋନା ଏହାର କାରଣ ନୁହେଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି।

Spread the love