କରୋନା ପଜିଟିଭ୍‌ ଚିହ୍ନଟ ହେଲେ ରାଜ୍ୟର ଆଉ ଜଣେ ବିଧାୟକ

ନୀଳଗିରି ପରେ ସାଲେପୁର ବିଧାୟକଙ୍କୁ କରୋନା । ନୀଳଗିରି ବିଧାୟକଙ୍କ ପରେ କଟକ ଜିଲ୍ଲାର ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ପିଏସଓ ଏବଂ ଡ୍ରାଇଭର୍ ମଧ୍ୟ କରୋନା ଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବିଧାୟକ ଶ୍ରୀ ବେହେରା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଚିନ୍ତା ବଢ଼ିଯାଇଛି । ବିଧାୟକଙ୍କ ସହିତ କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି, ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ବିଧାୟକଙ୍କ ସମେତ ଅନ୍ୟ ୨ଜଣଙ୍କୁ କୋଭିଡ ହସ୍ପିଟାଲରେ ଇତିମଧ୍ୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Spread the love