ଆଜି ରାଜ୍ଯରେ ସର୍ବାଧିକ ୧୦୭୮ କରୋନା ପଜିଟିଭ୍ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ଯା ୧୯୮୩୫କୁ ବୃଦ୍ଧି

ରାଜ୍ଯରେ ରେକର୍ଡ ଭାଙ୍ଗିଲା କରୋନା ମହାମାରୀ । ଆଜି ସର୍ବାଧିକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୭୨୧ ଓ ସ୍ଥାନୀୟ ଅଞ୍ଚଳରୁ ୩୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମୁଦାୟ ୨୮ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ମୋଟ୍ ପଜିଟିଭଙ୍କ ସଂଖ୍ଯା ୧୯୮୩୫କୁ ବୃଦ୍ଧି। ୧୦୭୮ ନୂଆ କରୋନା ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୩୭୧ ଜଣ ଚିହ୍ନଟ ହୋଇଥିବାବେଳେ,ଖୋର୍ଦ୍ଧାରୁ ୧୨୧, ଅନୁଗୁଳରୁ ୧, ବାଲେଶ୍ବରରୁ ୧୦, ବରଗଡରୁ ୨୬,ଭଦ୍ରକରୁ ୧, ବଲାଙ୍ଗିରିରୁ ୬, ବୌଦ୍ଧରୁ ୩, କଟକରୁ ୫୭, ଢେଙ୍କାନାଳରୁ ୨, ଗଜପତିରୁ ୨୪, ଜଗତସିଂହପୁରରୁ ୩୫, ଯାଜପୁରରୁ ୨୦, ଝାରସୁଗୁଡାରୁ ୩୪,କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୩, କେନ୍ଦ୍ରାପଡାରୁ ୨୪, କେନ୍ଦୁଝରରୁ ୧୬, କୋରାପୁଟ ୧୫, ମାଲକାନଗିରିରୁ ୬୬ ଓ ମୟୁରଭଞ୍ଜରୁ ୧୩ ପଜିଟିଭ୍ ଚହ୍ନଟ ହୋଇଛନ୍ତି ।

Spread the love