ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୯୦

ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି । ଏହି ନୂତନ ଆକ୍ରାନ୍ତ ଭଦ୍ରକର ୪୦ ବର୍ଷୀୟ ବ୍ୟକ୍ତି । ସେ ନିକଟରେ କୋଲକାତାରୁ ଫେରିଥିଲେ । ଏହାକୁ ମିଶାଇ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି ।

ସୂଚନା ଅନୁଯାୟୀ, ଏହି ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ୫୬ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅପରପକ୍ଷରେ ଗୁରୁବାର ରେକର୍ଡ ସଂଖ୍ୟାରେ ସାମ୍ପୁଲ ଟେଷ୍ଟ ହୋଇଛି । ଗୋଟିଏ ଦିନରେ ମୋଟ ୨୪୭୪ ସାମ୍ପୁଲ ଟେଷ୍ଟ କରାଯାଇଛି ।

Spread the love