କରୋନା ନେଲା ୫ ଜୀବନ

ରାଜ୍ୟରେ ଆଉ ୫ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୮ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। କରୋନା ଯୋଗୁ ପ୍ରାଣ ହରାଇଥିବା ୫ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩ ଜଣ ଥିବା ବେଳେ ଗଜପତି ଜିଲ୍ଲାର ଜଣେ ଓ କନ୍ଧମାଳ ଜିଲ୍ଲାର ଜଣେ ଅଛନ୍ତି। କନ୍ଧମାଳ ଜିଲ୍ଲାରେ ଏହା କରୋନାଜନିତ ପ୍ରଥମ ମୃତ୍ୟୁ ବୋଲି ଜଣାଯାଇଛି। ଫଳରେ ଗଞ୍ଜାମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୨ରେ ପହଞ୍ଚିଥିବା ବେଳେ ଗଜପତିରେ ସମୁଦାୟ ୬ ଓ କନ୍ଧମାଳରେ କରୋନା ଯୋଗୁ ଜଣଙ୍କ ମୃତ୍ୟୁ ହୋଇଛି।

Spread the love