ରାଜ୍ୟରେ ଚିହ୍ନଟ ହେଲେ ୨୨୩୯ କରୋନା ଆକ୍ରାନ୍ତ

ରାଜ୍ୟର ୨୯ ଜିଲ୍ଲାରୁ ୨୨୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୮୨୩ ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨୪୬, ନୟାଗଡ଼ ଜିଲ୍ଲାରୁ ୧୪୭, ବାଲେଶ୍ୱରରୁ ୧୩୦, ରାୟଗଡ଼ାରୁ ୧୨୦, କଟକରୁ ୧୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪,୫୩୩ରେ ପହଞ୍ଚିଥିବା ବେଳେ ୪୩,୭୭୯ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଏବେ ୨୦,୩୩୯ ଆକ୍ଟିଭ କେସ୍‌ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୬୨ରେ ପହଞ୍ଚି ଯାଇଛି।

Spread the love