ରାଜ୍ୟରେ ହ୍ରାସ ପାଉଛି କରୋନା ଗ୍ରାଫ୍‌: ଦ୍ବିତୀୟ ଲହରି ଆଶଙ୍କା ନାହିଁ, ଫେବୃଆରୀ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡ଼ିବ: ଡାକ୍ତର ଜୟନ୍ତ ପଣ୍ଡା

ଭୁବନେଶ୍ବର, ୫/୧୨:  ରାଜ୍ୟରେ କରୋନାର ଦ୍ବିତୀୟ ଲହରି ଆଶଙ୍କା ନାହିଁ। ଶୀତଦିନରେ ଯେଉଁ ବଡ଼ ବିପଦ ଆଶଙ୍କା କରିଥିଲୁ, ଭାବୁଛୁ ତାହା ହେବନାହିଁ। ଏବେ ରାଜ୍ୟରେ କରୋନା ଗ୍ରାଫ୍ ଢେର ହ୍ରାସ ପାଇବାରେ ଲାଗିଛି। ଅନ୍ୟରାଜ୍ୟ ଅପେକ୍ଷା ଓଡ଼ିଶା​‌େ​‌ର କରୋନା ସଂକ୍ରମଣକୁ ଯଥେଷ୍ଟ ନିୟନ୍ତ୍ରଣ କରାଯାଇପାରିଛି। ତେବେ ଟୀକା ନ ଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ଅତି କମ୍‌ରେ ଫେବୃଆରୀ ପର୍ଯ୍ୟନ୍ତ ସମସ୍ତେ ସତର୍କ ରହିବା ଦରକାର। କିଛି ସପ୍ତାହ ମଧ୍ୟରେ ଟୀକା ମିଳିଯିବ ବୋଲି ଆଶା କରାଯାଉଛି।

ଏଇ ମାସରେ ହିଁ ବୋଧେ ଆମେ ଆମ ଲୋକଙ୍କୁ ଟୀକା ଦେଇପାରିବା ବୋଲି କଟକ ଏସ୍‌ସିବି ମେଡିକାଲ କଲେଜର ୱେବସାଇଟ୍‌ ଉନ୍ମୋଚନ ଅବସରରେ ମେଡ଼ିସିନ୍‌ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡାଙ୍କ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୈଷୟିକ କମିଟି ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ ମହାମାରୀ କରୋନାର ଦ୍ୱିତୀୟ ଲହରି ଆଶଙ୍କା ଓଡ଼ିଶାରେ ନାହିଁ। ରାଜ୍ୟରେ କରୋନା ଗ୍ରାଫ୍‌ ଢେର ହ୍ରାସ ପାଇଛି।

Spread the love