ବାଲେଶ୍ଵରରେ ଆଉ ୫ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି।  ପୂର୍ବରୁ ଏହି ସଂଖ୍ୟା ୧୦୩ ଥିବା ବେଳେ ଏବେ ନୂଆ ୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ବାଲେଶ୍ୱର ଜିଲ୍ଲାର ବୋଲି ଜଣାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ଏଡି ସୂଚନା ଦିଆଯାଇଛି। ବାଲେଶ୍ୱରରେ ପୂର୍ବରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୧୫ରେ ପହଞ୍ଚିଛି।  ନୂଆ ୫ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜଣା ପଡ଼ି ନ ଥିବା ବେଳେ ସେମାନଙ୍କୁ କେଉଁଠି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ତାହା ଜଣାପଡ଼ି ନାହିଁ। ସୂଚନାଯୋଗ୍ୟ, ଏବେ ୬୭ କରୋନା ଆକ୍ରାନ୍ତଙ୍କର ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସେମାନଙ୍କ ମଧ୍ୟରୁ ୩୫ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସବୁଠୁ ଅଧିକ ଖୋର୍ଦ୍ଧା ଜିଲ୍ଲା ଅର୍ଥାତ ଭୁବନେଶ୍ୱରରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଦ୍ୱିତୀୟ ସର୍ବାଧିକ ଯାଜପୁରରେ ୧୮ ଏବଂ ଭଦ୍ରକରେ ୧୬ ଜଣ ଚିହ୍ନଟ ହୋଇଛନ୍ତି। ଏହାପରେ ବାଲେଶ୍ୱରରେ  ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଛୁଇଁଛି। ଶନିବାର ଯାଜପୁର ଜିଲ୍ଲାରେ ୬ ଆକ୍ରାନ୍ତ ଚିହ୍ନଟ ହେବା ପରେ,  ସୁନ୍ଦରଗଡ଼ ଜିଲ୍ଲାରୁ ନୂଆ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସୁନ୍ଦରଗଡ଼ର ୩ ନୂଆ ପଜିଟିଭକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ତେବେ ପୂର୍ବରୁ ଆକ୍ରାନ୍ତ ଥିବା ୩ ଜଣ ସୁସ୍ଥ ହୋଇସାରିଛନ୍ତି ।

Spread the love