ଆଜିର ଦିନରେ ଚିହ୍ନଟ ହୋଇଥିଲେ ଓଡିଶାର ପ୍ରଥମ କରୋରା ସଂକ୍ରମିତ
ରାଜ୍ୟରେ କରୋନାକୁ ବର୍ଷେ ପୂରିଛି । ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱରରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଓଡ଼ିଶାର କୋଭିଡ୍ ମୁକାବିଲାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି । ରାଜ୍ୟ ଆଗୁଆ ପଦକ୍ଷେପ ନେଇଥିଲା । କୋଭିଡ୍ ପାଦ ଥାପିବା ପୂର୍ବରୁ ଜାନୁଆରୀ ୨୦୨୦ରେ ଷ୍ଟେଟ୍ କଣ୍ଟ୍ରୋଲ ରୁମ୍ ଗଠନ କରାଯାଇଥିଲା । ମାର୍ଚ୍ଚ ୧୦ ଓ ୧୧ ଦୁଇ ଦିନ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇଥିଲା ପ୍ରଶିକ୍ଷଣ । ତୁରନ୍ତ କ୍ୟାପାସିଟି ବିଲ୍ଡିଂ କରାଯାଇଥିଲା। ଫଳରେ କୋଭିଡ୍ ଲଢେଇରେ ସାମିଲ ଥିଲେ ୩୩ ଲକ୍ଷ ୩୦ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ି ଯୋଦ୍ଧା ଓ ପଞ୍ଚାୟତ ପ୍ରତିନିଧି ।