ମେ ମାସରେ ଅତି ଭୟଙ୍କର ହେବ କରୋନା

ଭୁବନେଶ୍ୱର: ଆହୁରି ଭୟନକ ହେବାକୁ ଯାଉଛି କରୋନା ସ୍ଥିତି । ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ ପ୍ରଥମ ସପ୍ତାହରେ କରୋନା ସଂଖ୍ୟା ଅହେତୁକ ବୃଦ୍ଧି ଘଟିପାରେ । ବିଭିନ୍ନ ସଂସ୍ଥା ର ସମୀକ୍ଷା ପରେ ଜଣାପଡ଼ିଛି ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହ ରେ ଓଡ଼ିଶାରେ କୋରନା ପିକରେ ରହିପାରେ। ଏନେଇ ସତର୍କ କରାଇବା ସହ ସୂଚନା ପ୍ରଦାନ କରିଛନ୍ତି DMET ନିର୍ଦ୍ଦେଶକ ସିବିକେ ମହାନ୍ତି ।

କୋରନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଅକ୍ସିଜେନ ସଫିସେଣ୍ଟ ରହିଛି । ଗତଥର କୋରନା ପିକ ସମୟରେ ଯେମିତି ଅକ୍ସିଜେନ ଦରକାର ଥିଲା ତା ଠାରୁ ବି ବହୁତ ଅଧିକ ରହିଛି। ଓଡ଼ିଶା ଭାଗ୍ୟବାନ ରାଜ୍ୟ କାରଣ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଶିଳ୍ପ ସଂସ୍ଥା ଅଧିକ ଅକ୍ସିଜେନ ଉତ୍ପାଦନ କରୁଛନ୍ତି ବୋଲି କହିଛନ୍ତି
ଡାକ୍ତର ସିବିକେ ମହାନ୍ତି ।

ସେହିପରି ସେ କହିଛନ୍ତି ରାଜ୍ୟରେ ପର୍ଯ୍ୟାପ୍ତ ବେଡ, ଆଇସିୟୁ ମଧ୍ୟ ରହିଛି। ୭୧ ଟି କୋଭିଡ଼ ହସ୍ପିଟାଲ ରାଜ୍ୟରେ ଥିବାବେଳେ ୩୧ଟି ବର୍ତ୍ତମାନ ଚାଲିଛି । ୨୬ ପ୍ରତିଶତ ବେଡ, ୧୪.୧୮ ପ୍ରତିଶତ ଆଇସିୟୁ, ୧୦ପ୍ରତିଶତ ଭେଣ୍ଟିଲଟର ବ୍ୟବହୃତ ହୋଇଥିବା ସୂଚନା ଦେଇଛନ୍ତି DMET ନିର୍ଦ୍ଦେଶକ ।

Spread the love