ଆଜି ରାଜ୍ୟରେ ୪୧୮୦ କରୋନା ଆକ୍ରାନ୍ତ ସୁସ୍ଥ

ଆଜି ରାଜ୍ୟରେ ୪୧୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୬୭୧୧୧ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ଏହି ସୂଚନା ଦିଆଯାଇଛି।
ଆଜି ଅନୁଗୁଳ ଜିଲ୍ଲାରୁ ୬୪୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୨୧, ଖୋର୍ଦ୍ଧାରୁ ୪୯୮, ନୂଆପଡ଼ାରୁ ୪୪୫, ଝାରସୁଗୁଡ଼ାରୁ ୨୦୧ କେନ୍ଦୁଝରରୁ ୧୭୭, କଟକରୁ ୧୫୨, ବରଗଡ଼ରୁ ୧୪୮, ସମ୍ବଲପୁରରୁ ୧୪୮, ପୁରୀରୁ ୧୪୩, ଗଞ୍ଜାମରୁ ୧୨୬ ଓ ମୟୂରଭଞ୍ଜରୁ ୧୧୯ ଜଣ ସୁସ୍ଥ ହୋଇଛନ୍ତି।
ଅପରପକ୍ଷରେ ବଲାଙ୍ଗୀରରୁ ୯୩, ନବରଙ୍ଗପୁରରୁ ୮୭, ବାଲେଶ୍ୱରରୁ ୮୧, ଯାଜପୁରରୁ ୬୧, କଳାହାଣ୍ଡିରୁ ୫୬, ରାୟଗଡ଼ାରୁ ୫୨, ଭଦ୍ରକରୁ ୫୦, ଜଗତସିଂହପୁରରୁ ୫୦, ଗଜପତିରୁ ୪୫, ନୟାଗଡ଼ରୁ ୪୫, ଢେଙ୍କାନାଳରୁ ୩୯, ଦେବଗଡ଼ରୁ ୨୮, କୋରାପୁଟରୁ ୨୧, କନ୍ଧମାଳରୁ ୧୫, କେନ୍ଦ୍ରାପଡ଼ାରୁ ୧୫, ମାଲକାନଗିରିରୁ ୪, ସୋନପୁରରୁ ୩, ଷ୍ଟେଟ୍ ପୁଲରୁ ୧୧୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି।

Spread the love