ରେମଡେସିଭିର ଅଭାବ: ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସୂଚନା, ଆବଶ୍ୟକତା ଅନୁସାରେ ରାଜ୍ୟକୁ ମିଳୁନି

ରାଜ୍ୟରେ ରେମଡେସିଭିରର ଅଭାବ ଦେଖାଦେଇଛି । କେନ୍ଦ୍ର ସରକାର ନିଜେ ଏହାର ବିତରଣ କରୁଛନ୍ତି । ହେଲେ ଆବଶ୍ୟକତା ଅନୁସାରେ ରାଜ୍ୟକୁ ସେତିକି ମିଳୁନି । ଏପ୍ରିଲ ୨୧ରୁ ୩୦ଯାଏ ଆମକୁ ୨୧ହଜାର ଭାଏଲ ଦେବାକୁ କେନ୍ଦ୍ର କହୁଛି । ଗତକାଲି ଆମକୁ ଆବଶ୍ୟକତା ଥିଲା ୨ହଜାର, ହେଲେ ଆସିଲା କେବଳ ୯୨ । ଏକଥା କହିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ।

ସେ କହିଛନ୍ତି ଆମେ ଘରୋଇ ହସ୍ପିଟାଲକୁ ମଧ୍ୟ ଏହି ଟିକା ଦେଉଛୁ । ସରକାରୀ ହସ୍ପିଟାଲକୁ ରାଜ୍ୟ ଔଷଧ ନିଗମ ଦେବାର ବ୍ୟବସ୍ଥା ଅଛି । ଘରୋଇ ମେଡ଼ିସିନ ଦୋକାନ ଏହାକୁ ରଖିପାରିବେ ନାହିଁ । ତେବେ ସେ ଆହୁରି କହିଛନ୍ତି ରାଜ୍ୟରେ Fabifluର ଅଭାବ ନାହିଁ । ଏହା ଘରୋଇ ମେଡ଼ିସିନ ଦୋକାନରେ ମିଳିପାରିବ । ହେଲେ ଚିହ୍ନଟ ହୋଇଥିବା ଦୋକାନରେ ଏହା ଉପଲବ୍ଧ ହେବ । ରାଜ୍ୟରେ fabiflu ବିକିବାକୁ ୧୧୨୦ ଦୋକାନ ଚିହ୍ନଟ ହୋଇଛି । ସେହିପରି ଭୁବନେଶ୍ୱରରେ ୪୦ଟି ଦୋକାନ ଚିହ୍ନଟ ହୋଇଛି ବୋଲି ଅନ୍ନଦା କହିଛନ୍ତି ।

Spread the love