କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଖୋଲିଲା କଣ୍ଟ୍ରୋଲ ରୁମ

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ ଖୋଲାଯିବାର ନିଷ୍ପତ୍ତି ଆଜି ନିଆଯାଇଛି । ଗୃହ ବିଭାଗ ଅଧୀନରେ ଏହି କଣ୍ଟ୍ରୋଲ ରୁମ ୨୪ ଘଣ୍ଟା କାର୍ଯ୍ୟ କରିବ । କଣ୍ଟ୍ରୋଲ ରୁମ ନମ୍ବର ୦୬୭୪- ୨୩୯୨୧୧୫ ଓ ୯୪୩୮୯୧୫୯୮୬ ।

ଓଡିଶା ବାହାରେ ଫସି ରହିଥିବା ଓଡ଼ିଆ ଓ ଲକ ଡାଉନ କଥା ବୁଝିବ ଏହି କଣ୍ଟ୍ରୋଲ ରୁମ । ଏହି ଦାୟିତ୍ୱରେ ରହିବେ ବରିଷ୍ଠ ଆଇପିଏସ ଅଫିସର ତଥା ଆଇଜି ଅପରେସନ ଅମିତାଭ ଠାକୁର । ସ୍ୱଳ୍ପ କଥା କହି ସଭିଙ୍କ ସାଙ୍ଗେ ସୁସମ୍ପର୍କ ରଖୁଥିବା ତଥା ପୋଲିସ ବିଭାଗ ର ସଦାସର୍ବଦା କ୍ରାଇସିସ ମ୍ୟାନେଜର ଭାବେ ଜଣାଶୁଣା ଅମିତାଭ ଏହି ଦାୟିତ୍ୱ କୁ ସଠିକ ରୂପେ ନିର୍ବାହ କରିପାରିବେ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି ।

Spread the love