ଦେଶରେ ୨୪ ଘଣ୍ଟାରେ ୩୫ ହଜାର ୫୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୫୨୬ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାର କରୋନା ରିପୋର୍ଟ ହସ୍ତଗତ ହୋଇଛି। ଦିନକ ମଧ୍ୟରେ ଦେଶରେ ପୁଣି ୩୫ ହଜାର ୫୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୩୪ ହଜାର ୯୬୫ରେ ପହଞ୍ଚିଛି।

ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ପୁଣି ୫୨୬ ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୩୮ ହଜାର ୬୪୮‌ ଛୁଇଁଛି।ଏବେ ସୁଦ୍ଧା ଦେଶରୁ କରୋନାରୁ ସୁସ୍ଥ ହୋଇ ସାରିଲେଣି ୮୯ ଲକ୍ଷ ୭୩ ହଜାର ୩୭୩ ଜଣ ଓ ଏବେ ସକ୍ରିୟ ଅଛନ୍ତି ୪ ଲକ୍ଷ ୨୨ ହଜାର ୯୪୩ ଜଣ। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ୭୨୬ ଜଣ ସୁସ୍ଥ ହୋଇଛନ୍ତି।

Spread the love