କରୋନା ପାଇଁ ସ୍କୁଲ, କଲେଜ, ଫିଲ୍ମ ହଲ ୩୧ ଯାଏ ବନ୍ଦ

ଭୁବନେଶ୍ୱର,୧୩/୦୩: ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁସାରେ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା ହୋଇଛି।  ଏହାସହ କରୋନା ମୁକାବିଲା  ପାଇଁ ୨୦୦ କୋଟି ଟଙ୍କାର ପାଣ୍ଠି ଘୋଷଣା  କରିଛନ୍ତି।

ସେହିପରି କରୋନା ପାଇଁ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବା ସହ ପରୀକ୍ଷା ଚାଲୁ ରହିବ ବୋଲି ଜଣାପଡ଼ିଛି। ସିନେମା ହଲ, ସଇମିଙ୍ଗ ପୁଲ, ଜିମ୍‍ , ସେମିନାର, ୱାର୍କସପ୍‍ , ସମ୍ମିଳନୀ ମଧ୍ୟ ବନ୍ଦ ରଖିବାକୁ ଘୋଷଣା କରାଯାଇଛି।

ଏହାସହ ଆବଶ୍ୟକ ଔଷଧ, ସରଞ୍ଜାମ ଆଦି ମହଜୁଦ ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଆମେ ସମସ୍ତେ ମୁକାବିଲା ପାଇଁ ପ୍ରସ୍ତୁତ ରହିବା, ଭୟଭୀତ ହେବାନି। କରୋନା ମୁକାବିଲା ପାଇଁ ମନ୍ତ୍ରୀସ୍ତରୀୟ ଓ ସଚିବସ୍ତରୀୟ କମିଟି ଗଠନ ହେବ। ମିଶନ ମୋଡ଼୍‍ ରେ କରୋନା ମୁକାବିଲା କରାଯିବ।

Spread the love