ଖାଦ୍ୟ ବାଣ୍ଟୁଥିବା ବେଳେ ତଳେ ପଡ଼ିଗଲେ କରୋନା ଯୋଦ୍ଧା

ଘରଘର ବୁଲି ଖାଦ୍ୟ ବାଣ୍ଟୁ ଥିଲେ। ଅନ୍ୟ ଦୁଃଖରେ ଭାଙ୍ଗି ଯାଇଥିଲେ ସେ। ଆଜି ସେ ନିଜେ ଭାଙ୍ଗିପଡିଛି। କରୋନା ଯୁଦ୍ଧର ପ୍ରମୁଖ ଯୋଦ୍ଧା ଜଣେ ଅଙ୍ଗନବାଡ଼ି କର୍ମୀ ଖାଦ୍ୟ ବାଣ୍ଟୁ ଥିବାବେଳେ ପ୍ରାଣ ହରାଇଥିବା ଜଣାଯାଇଛି। କେନ୍ଦୁଝର ଜିଲ୍ଲାରେ ଘଟିଛି ଏହି ଅଘଟଣ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାର ବିଲେଇପଦା ଶ୍ରୀଧରପୁର ଗାଁର ଅଙ୍ଗନବାଡ଼ି କର୍ମୀ ରୁକ୍ମିଣୀ ମହାନ୍ତ(୫୫) ସହାୟିକାଙ୍କ ସହ ତାଲାବନ୍ଦ ସମୟରେ ଘର ଘର ବୁଲି ଖାଦ୍ୟ ବାଣ୍ଟୁଥିଲେ । ଏହି ସମୟରେ ରୁକ୍ମିଣୀ ମହାନ୍ତଙ୍କ ମୁଣ୍ଡ ବୁଲାଇବାରୁ ସେ ତଳେ ପଡ଼ିଯାଇଥିଲେ ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଚମ୍ପୁଆର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତା’ପରେ ରୁକ୍ମିଣୀ ମହାନ୍ତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ରୁକ୍ମିଣୀ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡ଼ିତା ଥିଲେ ବୋଲି ବି ଜଣାଯାଇଛି। ଏନେଇ ଜିଲ୍ଲା ଅଙ୍ଗନୱାଡି ସଂଘ ପକ୍ଷରୁ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

Spread the love