କରୋନା ମହାମାରୀ ବିରୋଧରେ ଓଡିଶାର ଲଢେଇକୁ ମଜବୁତ୍ କରିବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୫/୦୪: ସେଲ୍ ବା ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ ଉଦ୍ୟମରେ ରାଉରକେଲା ଇସ୍ପାତ୍ କାରଖାନା’ର ଇସ୍ପାତ୍ ଜେନେରାଲ୍ ହସ୍ପିଟାଲ(ଆଇଜିଏଚ୍‌) ଠାରେ କୋଭିଡ୍‌-୧୯ ଚେଷ୍ଟିଂ ଲ୍ୟାବ୍ ପ୍ରତିଷ୍ଠା କରାଯାଇଥିବା ବେଳେ ଏହି ଲ୍ୟାବ୍ କରୋନା ମହାମାରୀ ବିରୁଦ୍ଧରେ ଓଡିଶାର ଲଢେଇକୁ ମଜବୁତ୍ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଉରକେଲାରେ ସେଲ୍ ପକ୍ଷରୁ ଆରମ୍ଭ ହୋଇଥିବା ନୂଆ ଲ୍ୟାବର୍ ନମୂନା ପରୀକ୍ଷଣ କାମ ଆରମ୍ଭ ହୋଇଯାଇଛି । ଏହି ଲ୍ୟାବ୍ କରୋନା ମହାମାରୀ ବିରୁଦ୍ଧରେ ଓଡିଶାର ଲଢେଇକୁ ଦୃଢ କରିବ । ବର୍ତମାନର ଆହ୍ୱାନମୂଳକ ସମୟରେ ଇସ୍ପାତି ଇରାଦା ଏଥିରୁ ପ୍ରତିଫଳିତ ବୋଲି ସେ
କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇଜିଏଚରେ ଥିବା ଅତ୍ୟାଧୁନିକ ଟେଷ୍ଟିଂ ଲ୍ୟାବ୍ ସୁବିଧା କରୋନା ସଂକ୍ରମିତ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରିବା ତଥା ରୋଗକୁ ଚିହ୍ନଟ କରିବାରେ ସହାୟକ ହେବ । ଏହି ଟେଷ୍ଟିଂ ପାଇଁ  ଇସ୍ପାତ୍ ଜେନେରାଲ ହସ୍ପିଟାଲର ଡାକ୍ତର ଏବଂ ପାରାଡେମିକମାନେ ଭୁବନେଶ୍ୱର ଏମ୍ସ ଏବଂ ଆରଏମଆରସିରୁ ପ୍ରଶିକ୍ଷଣ ନେଇଛନ୍ତି ।  ରାଉରକେଲାର ହାଇଟେକ୍ ହସ୍ପିଟାଲ ଏବଂ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କରୋନା ସନ୍ଦିଗ୍ଧ  ବ୍ୟକ୍ତିଙ୍କ ନାକ ଓ ଗଳାରୁ ସ୍ୱାବ୍ ଅଣାଯାଇ ଆଇଜିଏଚ୍ ହସ୍ପିଟାଲରେ ପରୀକ୍ଷା କରାଯିବ ବୋଲି ଶ୍ରୀ ପ୍ରଧାନ  କହିଛନ୍ତି ।

Spread the love