ବାହାରିଲା କରୋନା ଔଷଧ, ୪ଦିନରେ ଭଲ ହେବେ ଆକ୍ରାନ୍ତ !

ବାଂଲାଦେଶର ଜଣେ ବରିଷ୍ଠ ଡାକ୍ତରଙ୍କ ନେତୃତ୍ୱରେ  ଏକ ଡାକ୍ତରୀ ଦଳ ଦାବି କରିଛନ୍ତି ଯେ, ୪ ଦିନ ରେ କରୋନା ଭଲ ହେଇଯିବେ ।  ଦୁଇଟି ବହୁଳ ବ୍ୟବହୃତ ଔଷଧର ମିଶ୍ରଣକୁ ନେଇ ସେମାନଙ୍କର ଅନୁସନ୍ଧାନ ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଇଛି । ଏହି ମିଶ୍ରଣ କରୋନାଭାଇରସର ତୀବ୍ର ଲକ୍ଷଣ ଥିବା ରୋଗୀଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କରିଛି ।  ସେମାନେ କହିଛନ୍ତି “ଆମେ ଆଶ୍ଚର୍ଯ୍ୟଜନକ ଫଳାଫଳ ପାଇଛୁ। ଏହି ଦୁଇଟି ଔଷଧର ମିଶ୍ରଣ ୬୦ଟି କୋଭିଡ-୧୯ ରୋଗୀଙ୍କୁ ଦିଆଯିବା ପରେ ସେମାନେ ସମସ୍ତେ ସୁସ୍ଥ ହୋଇଯାଇଛନ୍ତି ବୋଲି ଘରୋଇ ବାଂଲାଦେଶ ମେଡିକାଲ କଲେଜ ହସପିଟାଲର ଚିକିତ୍ସା ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଏମଡି ତାରକ ଆଲାମ କହିଛନ୍ତି।

ଡାକ୍ତର ଆଲାମ କହିଛନ୍ତି, ଡକ୍ସିସାଇକ୍ଲିନ୍ ସହିତ ଇଭେରର୍ମେକ୍ଟିନ୍ ନାମକ ଔଷଧ ମିଶାଇ କୋଭିଡ-୧୯ ରୋଗୀଙ୍କୁ ଦିଆଯାଇଥିବା ବେଳେ ଏହା ଚମତ୍କାର ଫଳାଫଳ ଦେଇଥିଲା। ଆମେ ପ୍ରସ୍ତୁତ କରିଥିବା ଏହି ଔଷଧ ସେବନ ଦ୍ୱାରା କରୋନା ରୋଗୀ ମାତ୍ର ୪ଦିନରେ ସୁସ୍ଥ ହେବା ସହ ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ନାହିଁ । 

Spread the love