“କରୋନା ମୁକାବିଲାର ଜାଗ୍ରତପ୍ରହରୀ ନବୀନ”

ଭୁବନେଶ୍ୱର, ୧୦/୦୪: କରୋନା ମୁକାବିଲାରେ  ଯେଉଁଠି ମହାଶକ୍ତିମାନେ ମୁଣ୍ଡ ନୂଆଁଇଛନ୍ତି ସେଇଠି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୟୋଚିତ ପଦକ୍ଷେପ ନେଇ ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିଛନ୍ତି । ତାଙ୍କର ଏଭଳି ପଦକ୍ଷେପ ତାଙ୍କ ଲୋକପ୍ରିୟତାକୁ  ବହୁଗୁଣିତ କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଏବଂ ବହୁନେତା ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଆମେରିକା, ଇଟାଲୀ,ସ୍ପେନ୍, ଆୟାର୍ଲାଣ୍ଡ ଭଳି ଦେଶରୁ ପ୍ରବାସୀ ଓଡ଼ିଆମାନେ ନବୀନଙ୍କ ପଦକ୍ଷେପକୁ ସାବାସି ଦେଉଛନ୍ତି । ଏବେ ଲକ୍ ଡାଉନ୍ ଆଗୁଆ ବୃଦ୍ଧି କରି ନବୀନ ଜାତୀୟ ଗଣମାଧ୍ୟମରେ  ପୃଷ୍ଠା ମଣ୍ଡନ କରିବାରେ ସଫଳ ହୋଇଛି ।
ଏହି ଅବସରରେ  ଓଡ଼ିଶା ଓ ନବୀନଙ୍କ ପାଇଁ ଆଉ ଏକ ବଡ଼ ସ୍ୱୀକୃତି ଆସିଛି ତାମିଲନାଡୁରୁ । ତାମିଲନାଡୁର ପ୍ରସିଦ୍ଧ କିଶୋର ମାଗାଜିନ୍ “ଜୁନିୟର ବିକଟନ” ତାର ଚଳିତ ସଂଖ୍ୟା(୧୨ ଏପ୍ରିଲ୍)ର କଭର୍ ପୃଷ୍ଠାରେ ନବୀନ ପଟ୍ଟନାୟକ ଶଙ୍ଖ ଫୁଙ୍କୁଥିବା ଫଟୋ ପ୍ରକାଶ ପାଇଛି । କ୍ୟାପସନ୍ ଦିଆଯାଇଛି- କରୋନା ଲଢ଼େଇ, ଓଡ଼ିଶା ହେଉଛି ବିଶ୍ୱରେ ରୋଲ୍ ମଡେଲ୍ । ଓଡ଼ିଶାରେ ଅଧିକ ଲୋକଙ୍କୁ ଯେଭଳି କରୋନା ନ ବ୍ୟାପେ ଏବଂ ସମସ୍ତଙ୍କର ଚିକିତ୍ସା ହୁଏ ସେଥିପ୍ରତି ଉଚିତ ଧ୍ୟାନ ଦେଇଛନ୍ତି । ଏହା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ଏହି ମାଗାଜିନ୍ ରେ ପ୍ରକାଶ ପାଇଛି।
Spread the love