ଆଜି ଭୁବନେଶ୍ୱରରୁ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଭୁବନେଶ୍ୱରରୁ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟିନରୁ ୧୦୪ ଓ ଲୋକାଲ କେସ୍ ୫୯ ରହିଛି। ଏମାନଙ୍କୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯୯୧ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି BMC।

କ୍ୱାରେଣ୍ଟିନରେ ଥିବା ୮ ଆକ୍ରାନ୍ତ ୟୁନିଟ୍-୩ ଖାରବେଳ ନଗର ଅଞ୍ଚଳର। ୟୁନିଟ୍-୪ ମାଛ ମାର୍କେଟ ଅଞ୍ଚଳରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୟୁନିଟ୍-୧ ଆଖଣ୍ଡଳମଣି ବସ୍ତିରୁ ୫, ନୟାପଲ୍ଲୀ ତ୍ରିନାଥ ନଗର ବସ୍ତିରୁ ୧୩, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପାଣ୍ଡ୍ରାରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହଟସ୍ପଟ୍ ଜିଲ୍ଲା ଲିଙ୍କରେ ଭରତପୁରରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଆଜି ଭୁବନେଶ୍ୱରରୁ ଆଉ ୪୬ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏଯାବତ୍ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯୯୧ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୯୦୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆକ୍ଟିଭ କେଶ୍ ୧୦୬୯କୁ ବୃଦ୍ଧି ହୋଇଛି। ୧୧ ଜଣଙ୍କର ମୃତ୍ୟୁ ହୋଇଛି।ଓଡ଼ିଶାରେ ଗୋଟିଏ ଦିନରେ ୧,୩୭୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୧୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୪୫୯ ରହିଛି। ୩୦ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।

Spread the love