କରୋନା ମୁକ୍ତ ହେଲେ ଐଶ୍ୱର୍ଯ୍ୟା-ଆରାଧ୍ୟା, ହସ୍ପିଟାଲରୁ ମିଳିଲା ଡିସଚାର୍ଜ

କରୋନାକୁ ମାତ୍ ଦେଲେ ବଲିଉଡ ଅଭିନେତ୍ରୀ ତଥା ବଚ୍ଚନ ବହୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ । କରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ଅଭିଷେକ ବଚ୍ଚନ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହାପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ତଳେ ବିଗ୍ ବି ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ । ଏହାପରେ ଅଭିଷେକ ବଚ୍ଚନ, ଏଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ରିପୋର୍ଟ ପଜିଟିଭ ଆସିଥିଲେ । ସମସ୍ତଙ୍କ ମୁମ୍ବାଇ ନାନାବତି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Spread the love