ଆଜି ଭୁବନେଶ୍ୱରରେ ଡବଲ୍‌ ସେଞ୍ଚୁରୀ ମାରିଲା କରୋନା

ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୨୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩୬ କ୍ୱାରେଣ୍ଟାଇନ୍‌ରୁ ଓ ୮୪ ଲୋକାଲ କଣ୍ଟାକ୍ଟ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଅନ୍ୟ ପକ୍ଷରେ ଆଜି 123 ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

ଆଜି ବିଏମ୍‌ସି ଅଞ୍ଚଳରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଭିତରୁ ନୟାପଲ୍ଲୀ ଗୋବିନ୍ଦନଗର ବସ୍ତିରୁ ୧୫, ଚନ୍ଦ୍ରଶେଖରପୁରରୁ ୮, ରିଜର୍ଭ ପୁଲିସ କଲୋନିରୁ ୭, ଦୂରଦର୍ଶନ କଲୋନିରୁ ୫, ମଞ୍ଚେଶ୍ୱର ଷ୍ଟେସନ ନିକଟରୁ ୫, ଡୁମୁଡୁମା ରଘୁନାଥ ନଗରରୁ ୪, ରସୁଲଗଡ଼ ଜିଜିପି କଲୋନିରୁ ୪, ବଡ଼ଗଡ଼ ବ୍ରିଟ କଲୋନିରୁ ୬, ଗଜପତି ନଗରରୁ ୪, ବାଣୀବିହାର ପଥରବନ୍ଧରୁ ୩ ଲୋକାଲ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୫୭୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬୯୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୯୮୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Spread the love