ଓଡ଼ିଶାର କରୋନା ପରିଚାଳନାକୁ କେନ୍ଦ୍ର ସରକାରଙ୍କ ପ୍ରସଂଶା

ଓଡ଼ିଶାର କରୋନା ମହାମାରୀ ପରିଚାଳନାକୁ କେନ୍ଦ୍ର ସରକାର ପ୍ରସଂଶା କରିଛନ୍ତି । ଉତ୍ତମ ପରିଚାଳନା ଯୋଗୁଁ ରାଜ୍ୟର ଦ୍ୱିଗୁଣିତ ହାର ବା ଡବଲିଂ ରେଟ ଦେଶରେ ସର୍ବୋତ୍ତମ ଅଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି । ସେ କହିଛନ୍ତି ଯେ ଜାତୀୟ ଡବଲିଂ ହାର ୭.୫ ଦିନକୁ ବୃଦ୍ଧି ପାଇଥିବାବେଳେ ଓଡ଼ିଶା ତାହା ପ୍ରାୟ ୩୦ ଦିନରୁ ଅଧିକ ରହିଛି । ଅର୍ଥାତ ପ୍ରତି ୩୦ ଦିନରେ ଓଡ଼ିଶାର ପଜିଟିଭ ସଂଖ୍ୟା ଦୁଇଗୁଣ ହେଉଛି ।

ଦେଶର ୧୮ଟି ରାଜ୍ୟର ଡବଲିଂ ହାର ଜାତୀୟ ହାରଠାରୁ ଅଧିକ ରହିଛି । ସେ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଦେଶରେ ୧୫୫୩ଟି ନୂଆ ମାମଲା ଜଣାପଡ଼ିଛି ଓ ୩୬ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ସହିତ ଦେଶର ମୋଟ ସଂଖ୍ୟା ୧୭,୨୬୫କୁ ବୃଦ୍ଧି ପାଇଛି ।

Spread the love