ଆଉ ୭ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮

ଭୁବନେଶ୍ୱର: ରାଜ୍ୟରୁ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୪ ଏବଂ ଭଦ୍ରକରୁ ୩ ଜଣ ଅଛନ୍ତି । ଭଦ୍ରକ ଆକ୍ରାନ୍ତମାନଙ୍କର କୋଲକତା ଲିଙ୍କ୍ ଜଣାପଡ଼ିଥିବା ବେଳେ ସୁନ୍ଦରଗଡ଼ ଆକ୍ର୍ରାନ୍ତମାନଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଜଣାପଡ଼ିନାହିଁ ।
ଏମାନଙ୍କୁ ମିଶାଇ ସୁନ୍ଦରଗଡ଼ରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୁ ଏବଂ ଭଦ୍ରକରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି ।
ଭଦ୍ରକ ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ବ୍ଲକ୍ ରୁ ୨ ଜଣ ଏବଂ ବନ୍ତ ବ୍ଲକ୍ ରୁ ଜଣେ ଅଛନ୍ତି । ସମସ୍ତେ ପୁରୁଷ ଏବଂ ସେମାନଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ରହିଛି ।
ରାଜ୍ୟରେ ୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ଏବେ ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ୮୦ ହୋଇଛି ।
Spread the love