କରୋନା ଭୟ, ମନ୍ତ୍ରୀଙ୍କ ବିଦେଶ ଗସ୍ତ ଉପରେ ରୋକ ଲଗାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଆଜି କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ବସିଥିଲା । ଜିଲ୍ଲା ସ୍ତରରେ ମୁଖ୍ୟ ଶାସନ ସଚିବ ଏବଂ ଜିଲ୍ଲାପାଳ ଏହା ଉପରେ ସମୀକ୍ଷା କରନ୍ତୁ । ଆବଶ୍ୟକ ପଦକ୍ଷେପ ନେବାପାଇଁ ସେମାନଙ୍କ ଅଧକ୍ଷତାରେ କମିଟି ଗଠନ କରାଯାଉ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମାକ୍ସ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ଓ ଅଫିସରଙ୍କ ବିଦେଶ ଗସ୍ତ ଉପରେ ରୋକ ଲଗାଇବାକୁ ସମସ୍ତ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସରକାରୀ କାର୍ଯ୍ୟାଳୟରେ ବାୟୋମ୍ୟାଟିକ ଉପସ୍ଥାପନକୁ କୋହଳ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କରୋନା ଭାଇରସ ସଚେତନତା ସୃଷ୍ଟି କରିବା ପାଇଁ ସହରର ମୁଖ୍ୟ ସ୍ଥାନରେ ହୋଡିଙ୍ଗ ଓ ବ୍ୟାନର ମାରିବାକୁ ନିର୍ଦେଶ ଦିଆଯାଇଛି । ଗ୍ରାମ ପଂଚାୟତ ଓ ପଂଚାୟତସମିତିକୁ ଗ୍ରାମ ସଭା ମାଧ୍ୟମରେ ସଚେତନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ସ୍କୁଲ ଚଟାଣ,ଟେବୁଲ,ଡୋର ହ୍ୟାଣ୍ଡେଲକୁ ବିଶୋଧନ କରିବାକୁ ନିର୍ଦ୍ଦେଶ। ଦେହ ଖରାପ ଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love