କରୋନା ଟିକା ନେବାର କେତେ ଦିନ ପରେ ପିଇପାରିବେ ମଦ, ଆସନ୍ତୁ ଜାଣିବା…

ଭାରତରେ କରୋନାର ଦ୍ଵିତୀୟ ଲହରୀ ଆତଙ୍କ ସୃଷ୍ଟି କରିଛି। ଦେଶରେ ପ୍ରତିଦିନ ୩-୪ ଲକ୍ଷ ନୂଆ ନୂଆ କେସ୍ ସାମ୍ନାକୁ ଆସୁଛି। ଇତିମଧ୍ୟରେ ମଦକୁ ନେଇ ମଧ୍ୟ କିଛି କିଛି କଥା ଶୁଣିବାକୁ ମିଳୁଛି। ଯେମିତି କି ମଦ ପିଇଲେ କରୋନା ହେବ ନାହିଁ ଇତ୍ୟାଦି। କିନ୍ତୁ ଏବେ ଟିକା ନେବା ପରେ ମଦ ପିଇବାକୁ ଡାକ୍ତରମାନେ ବାରଣ କରୁଛନ୍ତି। ତେବେ ଟିକା ନେବାର କେତେ ଦିନ ପରେ ମଦ ପିଇଲେ ଆଉ ବିପଦ ନାହିଁ ଆସନ୍ତୁ ତାହା ଜାଣିବା…

ଡାକ୍ତର କେକେ ତଲୱାରଙ୍କ କହିବାନୁଯାୟୀ ଟିକା ନେବାର ୨ ଦିନ ପୂର୍ବରୁ ଓ ୨ ଦିନ ପରେ ମଦ ପିଇବା ଅନୁଚିତ। ଏହି ସମୟରେ ମଦ୍ୟପାନ କଲେ ଶରୀର ଉପରେ କୁପ୍ରଭାବ ପଡ଼େ। ଏଥିସହ ଟିକା ମଧ୍ୟ ଶରୀରରେ କାମ ଦେଇନପାରେ।

ଏଥିସହ ଡାକ୍ତର ମଦ ପିଇଲେ କରୋନା ହେବନିକୁ ମଧ୍ୟ ଗୁଜବ ବୋଲି କହିଛନ୍ତି। ସେ କହିଛନ୍ତି ମଦ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ଫଳରେ ସଂକ୍ରମଣର ଆଶଙ୍କା ବଢ଼େ। ଏଣୁ ଲୋକମାନଙ୍କୁ କୌଣସି ଗୁଜବ ଉପରେ ବିଶ୍ୱାସ ନ କରିବାକୁ କହିଛନ୍ତି ଡାକ୍ତର।

Spread the love