କେରଳ ରେ ଦ୍ୱିତୀୟ, ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି

କେରଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି । ତିରୁଅନନ୍ତପୁରମର ୬୮ ବର୍ଷୀୟ ବ୍ୟକ୍ତି ଅବ୍ଦୁଲ ଅଜିଜଙ୍କ ମୃତ୍ୟୁ ହୋଇଛି। ସେ ବିଦେଶ ଗସ୍ତରେ ଯାଇନଥିଲେ। ତେବେ ସେ କେତୋଟି ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତାଙ୍କର ଉଚ୍ଚ ରକ୍ତଚାପ ଓ ଥାଇରଏଡ ସମସ୍ୟା ଥିଲା । ତାଙ୍କର କିଡନୀ ଜନିତ ସମସ୍ୟା ମଧ୍ୟ ଥିଲା । ସେ ଗତ କିଛି ଦିନ ଧରି ତିରୁଅନନ୍ତପୁରମ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ । କିଡନୀ ସମସ୍ୟା ଯୋଗୁଁ ତାଙ୍କର ଡାୟାଲିସିସ ମଧ୍ୟ ହେଉଥିଲା । ତାଙ୍କର ପରୀକ୍ଷା ରିପୋର୍ଟ ଆସିବା ପରେ ସେ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା । ଏହାକୁ ମିଶାଇ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୫୧ରେ ପହଞ୍ଚିଛି ଓ ମୃତ୍ୟୁସଂଖ୍ୟା ୩୨ ଛୁଇଁଛି ।

ସମଗ୍ର ଭାରତରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଥିବା ସତ୍ତ୍ବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟାରେ ସର୍ବାଧିକ ବୃଦ୍ଧି ଦେଖାଦେଇଛି । ଗତ ୨୪ ଘଣ୍ଟାରେ ଦେଶରେ ୨୨୭ଟି ନୂଆ ମାମଲା ଜଣାପଡ଼ିଛି ।

Spread the love