ପୋଲିସ ହାବିଲଦାର ହେଲେ କରୋନା ଆକ୍ରାନ୍ତ

ପୋଲିସ ହାବିଲଦାର ହେଲେ କରୋନା ଆକ୍ରାନ୍ତ । ହାବିଲଦାର ଜଣକ ମୋଟୁ ବର୍ଡ଼ର ଚେକ୍ ପୋଷ୍ଟରେ କାର୍ଯ୍ୟରତ ଥିଲେ । କରୋନାେ ପଜିଟିଭ ଚିହ୍ନଟ ପରେ ମୋଟୁ ଥାନା ଆଇଆଇସିଙ୍କ ସମେତ ଥାନାର ସମସ୍ତ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ଦ୍ୱାରା ମୋଟୁ ଥାନା ପରିସରକୁ କଣ୍ଟେନମେଣ୍ଟଜୋନ ଭାବରେ ଘୋଷଣା କରାଯାଇଛି । କରୋନା ପଜିଟିଭ ଚିହ୍ନଟ ହୋଇଥିବା ହାବିଲଦାରଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବିଷୟରେ ଏସ୍ ପି ସୂଚନା ଦେଇଛନ୍ତି ।ଆଜି ସୁଦ୍ଧା ମାଲକାନଗିରି ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହୋଇଥିବା ବେଳେ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିଓ ଅନ୍ୟ ୪ ଜଣ ବର୍ତ୍ତମାନ ରାଜ୍ୟର ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସୂଚନାଯୋଗ୍ୟ , ବତ୍ତର୍ମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୦ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୨୩୫୪ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୧୧୩୧ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତିି ।

Spread the love