ପବନରେ ଘଣ୍ଟାଘଣ୍ଟା ନିଷ୍କ୍ରିୟ ରହୁଛି କରୋନା, ପ୍ରଥମଥର ଜଣାପଡିଲା କିପରି ବ୍ୟାପୁଛି

ଚୀନରୁ ସାରା ବିଶ୍ୱକୁ ବ୍ୟାପିଥିବା ନୋଭେଲ କରୋନା ଭାଇରସ୍ ଏବେ ବିଶ୍ୱବ୍ୟାପୀ ଆତଙ୍କର କାରଣ ପାଲଟିଛି।  ଭୂତାଣୁ ସଂକ୍ରମଣଠାରୁ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୮ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଲକ୍ଷ ଲୋକେ ସଂକ୍ରମିତ ହେଲେଣି। ତେବେ ପ୍ରଥମ ଥର ଭୂତାଣୁର ଆଚରଣ ଜଣାପଡିଛି। କରୋନା ଭୂତାଣୁ ବାୟୁରେ ଘଣ୍ଟା ଘଣ୍ଟା ନିଷ୍କ୍ରିୟ ରହିପାରୁଥିବା ବେଳେ ଦୂଷିତ ପୃଷ୍ଟଭୂମି ପାଇଲେ ବ୍ୟାପୁଥିବା ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ ମେଡିସିନ (ଏନଇଜେଏମ)ଙ୍କ ଅଧ୍ୟାୟନରୁ ପ୍ରଥମ ଥର ଜଣାପଡିଛି। ପୂର୍ବରୁ ଲୋକଙ୍କୁ ଆକ୍ରାନ୍ତ କରିଥିବା ସାର୍ସ ସିଓଭି-୨ ଭୂତାଣୁ ହିଁ ଏବେ ସିଓଭିଆଇଡି-୧୯ ଜନିତ ରୋଗର କାରଣ ବୋଲି କୁହାଯାଇଛି।

ଯେଉଁ ଭୂତାଣୁ ବାୟୁରେ ୩ ଘଣ୍ଟା, ତମ୍ବା ପୃଷ୍ଟଭୂମିରେ ୪ ଘଣ୍ଟା, କାର୍ଡବୋର୍ଡରେ ୨୪ଘଣ୍ଟା, ପ୍ଲାଷ୍ଟିକ୍ ଓ ଷ୍ଟେନଲେସ୍ ଷ୍ଟିଲରେ ୨ରୁ ୩ ଦିନ ପର୍ଯ୍ୟନ୍ତ ସକ୍ରିୟ ରହୁଥିବା ଜର୍ଣ୍ଣାଲରେ ପ୍ରକାଶିତ ଅନୁଧ୍ୟାନରୁ ଜଣାପଡିଛି। ପରିବେଶରେ ସାର୍ସ ଭୂତାଣୁ ସିଓଭି-୨ର ଅସ୍ଥିତ୍ୱ ସହ ସିଓଭିକୁ ତୁଳନା କରାଯାଇପାରେ। ୨୦୦୨-୦୩ ମସିହାରେ ସିବିୟର ଆକ୍ୟୁଟ୍ ରେସିପ୍ରେଟରୀ ସିଣ୍ଡ୍ରମ (ସାର୍ସ) ବ୍ୟାପିବା ଯୋଗୁ ସାରା ବିଶ୍ୱରେ ୮ହଜାର ଲୋକେ ଆକ୍ରାନ୍ତ ହୋଇଥିଲେ।

ବୈଜ୍ଞାନିକଙ୍କ କହିବା ଅନୁସାରେ ଉଭୟ ଭୂତାଣୁ ମଧ୍ୟରେ ପାଖାପାଖି ସମ୍ପର୍କ ରହିଛି। କାରଣ ୨୦୦୪ ମସିହା ପରେ ଦ୍ୱିତୀୟବାର ବିଶ୍ୱର କେଉଁଠାରେ ହେଲେ ସାର୍ସର ସଂକ୍ରମଣ ହୋଇ ନାହିଁ। ସାର୍ସ ଭଳି ଏହା ମଧ୍ୟ ସମ୍ପର୍କରୁ ବ୍ୟାପୁଛି ଏଣୁ ସେତେବେଳେ ସଂକ୍ରମିତଙ୍କୁ ଏକାନ୍ତରେ ରଖି ଚିକିତ୍ସା କରାଯାଇଥିଲା। ତେବେ ସିଓଭିଆଇଡି-୧୯ ବିଶ୍ୱର ଅଧିକାଂଶ ଦେଶରେ ପହଞ୍ଚିସାରିଥିବା ବେଳେ ଏହା ମହାମାରୀରେ ପରିଣତ ହୋଇଛି।

Spread the love