ଭାରତ Vs କୋରନା

ଭୁତାଣୁ କୋରନା ଖେଳେ
ଚେତନା ର କୋଣେ ଅନୁକୋଣେ
ଅପୁର୍ବ ଅଦ୍ଭୁତ ସ୍ଥିତି
ଗୃହବନ୍ଦୀ ଗ୍ରାମବନ୍ଦୀ
ମନପ୍ରାଣ ଅସହାୟ ମଣେ l

ସହସ୍ର ଜନ ଆବଦ୍ଧ
ସଂକ୍ରମଣ -ସନ୍ଦେହ ଭିତ୍ତି ରେ
ଅବରୁଦ୍ଧ ଯାତାୟାତ
ଯୁବଗୋଷ୍ଠୀ ଆତଂକିତ
ଆରକ୍ଷୀ ଙ୍କ ପ୍ରହାର ତାତି ରେ l

ବନସ୍ତ ଅନଳ ସମ
ବଢିଚାଲେ ତୀବ୍ର ସଂକ୍ରମଣ
ଦିନୁଦିନ ମୃତ୍ୟୁସଂଖ୍ୟା
ବାଧ୍ୟକରେ ପ୍ରାଣବନ୍ତେ
ଚିଂତିବାକୁ ସମର ଶମନ l

ଆଦାୟ ଅମଳ ବନ୍ଦ
ପ୍ରଭାବିତ ବାଣିଜ୍ୟ ବ୍ୟାପାର
ଯାବନିକ ମରକଜ
ଜମାତୀ ଙ୍କ ଉପଦ୍ରବ
ଦେଶ ପାଇଁ ଖଳ -ଷଡଯନ୍ତ୍ର l

ମଜୁରିଆ ଖଟିଖିଆ
ବୁଲାବିକା ପ୍ରବାସୀ ଖାଉଟି
ଦହସିତ ବିଳପିତ
ନିରୁପାୟ ହତୋସ୍ଛାହ
ଭାବି ଭାବି ନିଜ ରୋଜି -ରୋଟି l

କୋରନା ଯୋଦ୍ଧା ଙ୍କ ତ୍ୟାଗ
ବଳିଦାନ ଅହରହ ଶ୍ରମ
ଦୁରଦ୍ରଷ୍ଟା ସରକାର
ପ୍ରଶାସନ ସତ୍ତାପକ୍ଷ
ଚକ୍ର ବ୍ୟୁହ ରଚନେ ସକ୍ଷମ l

ଶତକୋଟି ଜନତା ର
ଇଛାଶକ୍ତି, ଏକତା ସଂହତି
ସଭ୍ୟତା ର ନିରମୟେ
ଭୁତାଣୁ ଯୁଦ୍ଧ ବିଜୟେ
ଆମ ହାତେ ସର୍ବଶ୍ରେଷ୍ଠ ଶକ୍ତି l

ଅଜୟ କୁମାର ରାଉତ
ବାଲେଶ୍ୱର
ଫୋନ ନମ୍ବର (7504020865)

Spread the love