ୟୁକ୍ରେନ ଓ ଚୀନ୍ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ମେଡିକାଲ କାଉନସିଲ୍ରଙ୍କ ଆଶ୍ୱସ୍ତି
ନୂଆଦିଲ୍ଲୀ : ୟୁକ୍ରେନ-ଋଷ ଯୁଦ୍ଧ ପାଇଁ ବେଶୀ ପ୍ରଭାବିତ ହୋଇଛନ୍ତି ସେଠାରେ ପାଠପଢୁଥିବା ଭାରତୀୟ ଛାତ୍ରଛାତ୍ରୀ । ଯୁଦ୍ଧ ଆରମ୍ଭ ହେବା ପରେ ଅନେକ ଭାରତୀୟ ଛାଚ୍ରଛାତ୍ରୀ ମେଡିକାଲ ପାଠ୍ୟକ୍ରମ ଅଧାରୁ ଛାଡି ଚାଲି ଆସିଛନ୍ତି । କରୋନା କାରଣରୁ ମଧ୍ୟ ଚାଇନାରୁ ଅନେକ ଛାତ୍ରଛାତ୍ରୀ ଚାଲି ଆସିଛନ୍ତି । ଅନେକ ଶେଷ ବର୍ଷର ପରୀକ୍ଷା ମଧ୍ୟ ଦେଇ ନାହାଁନ୍ତି । ଯାହାକୁ ନେଇ ସେମାନେ ନାନା ଆଶା ଓ ଆଶଙ୍କାରେ ରହିଛନ୍ତି । ଏହା ଉପରେ କଡା ନଜର ରଖିଛି ନ୍ୟାଶନାଲ ମେଡିକାଲ କମିଶନ ବା ଜାତୀୟ ଡାକ୍ତରୀ କମିଶନ । ଛାତ୍ରଛାତ୍ରୀମାନେ ପ୍ୟାରେଣ୍ଟ ୟୁନିଭର୍ସିଟିରେ ଅଲାଇନ୍ ପାଠପଢି ପାରିବେ ଓ ପରେ ଭାରତରେ ପ୍ରାକ୍ଟିସ୍ ପାଇଁ ପରୀକ୍ଷା ଦେଇପାରିବେ ବୋଲି କମିଶନ କହିଛନ୍ତି। କମିଶନ ଭାରତୀୟ ଛାତ୍ରଙ୍କ ପାଇଁ ସଚେତନ ଅଛନ୍ତି । ଚୀନରେ କରୋନା ଲହରୀ ଓ ଯୁକ୍ରେନ ଯୁଦ୍ଧ ପାଇଁ ଅନେକ ଛାତ୍ର ସେଠାରୁ ପଳାଇ ଆସିଛନ୍ତି । ସେମାନେ ଏଫଏମଜିଇରେ ପାସ୍ କଲେ ସେମାନଙ୍କୁ ଦୁଇ ବର୍ଷ ବଦଳରେ ଗୋଟିଏ ବର୍ଷ ଇଣ୍ଟର୍ନସିପ୍ କରିବାକୁ ହେବ । ପ୍ରଥମ ଓ ଦ୍ୱିତୀୟ ବର୍ଷର ମେଡିକାଲ ଛାତ୍ରଛାତ୍ରୀଙ୍କୁ ନୀଟ୍ ପରୀକ୍ଷା ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ପରାମର୍ଶ ଦେଇଛି । ଏହାଦ୍ୱାରା ସେମାନେ ଭାରତୀୟ କଲେଜରେ ପାଠ ପଢିପାରିବେ ।ତେବେ ଋଷିଆ, କାଜାଖସ୍ତାନ, କିର୍ଜିସ୍ତାନ, ରୋମାନିଆ ଆଦି ଦେଶ ଯୁକ୍ରେନ ଛାଡିଥିବା ଛାତ୍ରଛାତ୍ରୀ ପଢାଇବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । କିନ୍ତୁ ଡାକ୍ତରୀ କମିଶନ ଅନୁସାରେ, ଛାତ୍ରଛାତ୍ରୀମାନେ ଅଣ୍ଡରଗ୍ରାଜୁଏଟ୍ କୋର୍ସ ପାଇଁ ଗୋଟିଏ କଲେଜରୁ ପାଠ ପଡିବା ଆବଶ୍ୟକ ।