ଗୁରୁବାର ସକାଳ ୮ଟାରୁ ଭୋଟ କାଉଣ୍ଟିଂ, ଗଣତି କେନ୍ଦ୍ରକୁ ମୋବାଇଲ ମନା- ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର ୦୭।୧୨ : ପଦ୍ମପୁର ଉପନିର୍ବାଚନ । ଗୁରୁବାର ରେଜଲ୍ଟ । ସକାଳ ୮ଟାରେ ଭୋଟ ଗଣନା ହେବ। ପ୍ରଥମେ ପୋଷ୍ଟାଲ ବାଲଟ କୌନ୍ତିଂଙ୍ଗ ହେବ। ପରେ  ସାଢେ଼ ୮ରୁ ଇଭିଏମ୍‌ ଗଣତି ହେବ । ମୋଟ ୧୪ଟିରେ ଇଭିଏମ୍‌ କାଉଣ୍ଟିଂ ହେବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୋଟ ୩୧୯ଟି ବୁଥରେ ଗଣତି ହେବ। ୩ ଜଣ ଷ୍ଟାଫ୍ ଓ ପର୍ଯ୍ୟବେକ୍ଷକ ଗଣତି ପ୍ରକ୍ରିୟାରେ ରହିବେ । ନିର୍ବାଚନ କମିଶନର ଟେକ୍ନିକାଲ ବ୍ୟକ୍ତି ରହିବ । ଯଦି କୌଣସି ଯାନ୍ତ୍ରିକ ତ୍ରୁଟି ହେଲା, ତେବେ ତୁରନ୍ତ ସେହି ଟିମ୍‌ ତାକୁ ସୁଧାରିବେ। ଭୋଟ ଗଣତି କେନ୍ଦ୍ରକୁ ମୋବାଇଲ୍‌ ମନା । କେବଳ ତିନି ଜଣ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣି ଅଫିସର  ଓ ପର୍ଯ୍ୟବେକ୍ଷକ ମୋବାଇଲ ନେଇପାରିବେ। ନିର୍ବାଚନ କମିଶନରଙ୍କ ପୋର୍ଟାଲରେ ରେଜଲ୍ଟ ଅପଡେଟ୍‌ ହେବ।

Spread the love