ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ: ଦଂପତି ଗୁରୁତର

ନୀଳଗିରି: ଜମିରେ ବାଡ଼ ଭଙ୍ଗାଙ୍କୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ। ଗାଁରେ ବୁଲିଲା କତା, ଲୁହା ସାବୁଳ ଓ ଠେଙ୍ଗା। ଆକ୍ରମଣରେ ଗୋଟିଏ ଗୋଷ୍ଠୀର ସ୍ଵାମୀ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଆହତ ଦଂପତିଙ୍କୁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସର ତନାଘନା ଜାରି ରହିଛି। ସୂଚନା ମୁତାବକ ନୀଳଗିରି ବ୍ଲକ ସିଆଡ଼ିମାଳ ପଞ୍ଚାୟତ ବାବନ୍ଧ ଗ୍ରାମରେ ଘଟିଛି ଏଭଳି ଘଟଣା ଘଟିଛି। ଜମିରେ ବାଡ଼ ଭଙ୍ଗାକୁ କେନ୍ଦ୍ର କରି ସକାଳ ୮ ସମୟରେ ଦୁଇ ଗୋଷ୍ଠୀଙ୍କ ଭିତରେ ପ୍ରଥମେ ବଚସା ସୃଷ୍ଟି ହୋଇଥିଲା ଓ ପରେ ଏହା ଝଗଡା ହୋଇଥିଲା। ଦିନ ୨ଟା ସମୟରେ ବେହେରାସାହିର ପିଲାମାନେ ଖେଳିବାକୁ ଯାଉଥିବା ସମୟରେ ଅନ୍ୟ ଗୋଷ୍ଠୀର ଲୋକମାନେ ବାବନ୍ଧ ଗ୍ରାମର ସିଂହସାହି ଛକରେ ଅଟକାଇ ସେମାନଙ୍କୁ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ବେହେରାସାହିର ସୁକୁରା ବେହେରା ଓ ପତ୍ନୀ ଆଶାମଣୀ ବେହେରା ସାନ ପୁଅକୁ ବଞ୍ଚେଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ପରେ ତାଙ୍କୁ ସ୍ଥାନୀୟ ଲୋକେ ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦମ୍ପତି ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ନୀଳଗିରି ପୁଲିସ ତଦନ୍ତ ଆରମ୍ଭ କରିଛି।

Spread the love