ମମିତା ମେହେର ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଜାମିନ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଜାମିନ । ଆଜି ଗୋବିନ୍ଦ ସାହୁକୁ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଛନ୍ତି ହାଇକୋର୍ଟ । ଦୁଇ ସପ୍ତାହ ପାଇଁ ଏହି ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିବା ଜଣାପଡ଼ିଥିବା ବେଳେ ପୁଅ ଏବଂ ପତ୍ନୀଙ୍କ ଅସୁସ୍ଥତା କାରଣରୁ ଏହି ଜାମିନ ଦେଇଛନ୍ତି ମାନ୍ୟବର କୋର୍ଟ। ଗତବର୍ଷ ଅକ୍ଟୋବର ୮ ତାରିଖରେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ତଥା ସନସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଥିବା ନେଇ ଥାନାରେ ଏତଲା ହୋଇଥିଲା। କିଛି ଦିନ ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ମମିତାଙ୍କୁ ଅତି ନିଷ୍ଠୁର ଭାବେ ହତ୍ୟା କରିବା ପରେ ଗାତ ଖୋଳି ପୋତିଦେବା ସହ ଶବଦେହରେ ଅଭିଯୁକ୍ତ ଗୋବିନ୍ଦ ନିଆଁ ଲଗାଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଖୋଳତାଡ଼ ବେଳେ ସ୍କୁଲର ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ, ମମିତାଙ୍କୁ କାର୍‌ରେ ହତ୍ୟା କରି ସ୍କୁଲ ଗ୍ରାଉଣ୍ଡରେ ନିଆଁ ଲଗାଇ ପୋତି ଦେଇଥିବାର ସୂଚନା ମିଳିଥିଲା। ଏହି ଘଟଣା ପଦାକୁ ଆସିବା ପରେ ସାରା ରାଜ୍ୟରେ ମମିତା ନିଆଁ ତେଜିବାରେ ଲାଗିଥିଲା। କେବଳ ଏତିକି ନୁହେଁ ଏହି ମାମଲାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା ।

Spread the love