ଦୁଃଖଦ ଘଟଣା : ବାପାଙ୍କ କୋଭିଡ୍‌ରେ ମୃତ୍ୟୁ ପରେ ଆତ୍ମହତ୍ୟା କଲା ପୂରା ପରିବାର

ନୂଆଦିଲ୍ଲୀ: କରୋନାର ରାକ୍ଷସ ରୂପକୁ ସାରା  ଦୁନିଆ ଦେଖୁଛି। ପ୍ରତିଦିନ  ସାମାଜିକ ଗଣମାଧ୍ୟମ ରେ ଆସୁଛି କରୁଣ କାହାଣୀ। ଏଭଳି ଏକ ସଙ୍ଗୀନ ଘଟଣା ଦେଖିବାକୁ ମିଳିଛି ଗୁଜରାଟରେ।  ଗୁଜରାଟର ସୌରାଷ୍ଟ୍ରରେ ମଧ୍ୟ କରୋନାର ପ୍ରକୋପ ବଢିବାରେ ଲାଗିଛି। ଦେବଭୂମି ଦ୍ଵାରକା ଜିଲ୍ଲାରେ କରୋନା କାରଣରୁ ଅନେକ ଲୋକ ନିଜ ପରିଜନଙ୍କୁ  ହରାଇ ସାରିଲେଣି। କରୋନା ଆଉ କେତେ ପରିବାର ଉଜାଡିବ ତାକୁ ନେଇ ଅନେକ ଅସମାହିତ ପ୍ରଶ୍ନ। ଏହା ମଧ୍ୟରେ ଏମିତି ଦୁଃଖଦ ଖବର ଆସିଛି, ଯାହା ଆପଣଙ୍କୁ ବିଚଳିତ କରିବ। ପିତାଙ୍କ କରୋନାରେ ମୃତ୍ୟୁ ହେବା ପରେ ପୂରା ପରିବାର ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଯେତିକି ବ୍ୟଥିତ କରୁନି ସେତିକି ବିଚଳିତ କରୁଛି।

ଦ୍ଵାରକାରେ ରହୁଥିବା ଜୟେଶ ଭାଇ ଜୈନ ଟିଫିନ ଦୋକାନ ଦେଇ ପରିବାରର ଭରଣପୋଷଣ କରୁଥିଲେ। କରୋନା ସଂକ୍ରମଣ ପରେ ଗୁରୁବାର ରାତିରେ ତାଙ୍କ ପରଲୋକ ଘଟିଛି। ଘର ମୁରବିଙ୍କ ମୃତ୍ୟୁ ଖବର ପରେ ପୂରା ପରିବାରରେ ଭୟର ମାହୋଲ ସୃଷ୍ଟି ହୋଇଥିଲା। ଶୁକ୍ରବାର ଜୟେଶ ଭାଇଙ୍କ ଅନ୍ତିମ ସଂସ୍କାର ପରେ ତାଙ୍କ ପତ୍ନୀ ସାଧନା ବେନ୍ ଏବଂ ଦୁଇ ପୁଅ କମଲେଶ ଓ ଦୁର୍ଗେଶ ଜୈନ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ତିନି ଜଣ ବିଷ ପିଇ ଆତ୍ମହତ୍ୟା କରିଥିବା କୁହାଯାଉଛି।

ଏହି ଘଟଣାର ଖୁଲାସା ତେବେ ହେଲା ଯେତେବେଳେ କ୍ଷୀରବାଲା ଆସି ତାଙ୍କ ଘରର କବାଟ ଖୋଲିଲା। ରୁମରେ ମା ଓ ପୁଅ ତିନି ଜଣଙ୍କ ଶବ ତଳେ ପଡିଥିଲା। ତୁରନ୍ତ ପୋଲିସକୁ ଏହାର ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ସାମୂହିକ ଆତ୍ମହତ୍ୟା ମାମଲା ରୁଜୁ କରିଛି।

ଦେବଭୂମି ଦ୍ଵାରକାରେ ଘଟିଥିବା ଏହି ଘଟଣା ସମ୍ଭିଙ୍କୁ ହତଚକିତ କରିଛି। କରୋନାକାଳରେ ଯେବେ ସ୍ଥିତି ଏତେ ଭୟାନକ, ଏମିତି ସମୟରେ ଆତ୍ମହତ୍ୟା ଘଟଣା ସଭିଙ୍କୁ ମର୍ମାହତ କରିଛି। ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଭୟର ମାହୋଲ ମଧ୍ୟ ଲାଗି ରହିଛି। କରୋନା ଯୋଗୁଁ ଜୟେଶ ଭାଇଙ୍କ ପୂରା  ପରିବାର ବହୁତ ଭୟରେ ଥିଲେ। ସେହି ସମୟରେ କରୋନା ସଂକ୍ରମିତ ହୋଇ ଜୟେଶ ଭାଇଙ୍କ ଦେହାନ୍ତ ପୂରା ପରିବାରକୁ ସ୍ତମ୍ଭୀଭୂତ କରିଥିଲା। ପରିବାର ଏହି ଦାରୁଣ ଦୁଃଖକୁ ସହ୍ୟ କରି ପାରିନଥିଲା ଏବଂ ଶେଷରେ ଆତ୍ମହତ୍ୟା ଭଳି ଚରମ ପନ୍ଥା ଆପଣେଇଲେ।

Spread the love