ଔଷଧ ବାଣ୍ଟୁଥିବା ବେଳେ ଟଳିପଡ଼ିଲେ କୋଭିଡ୍‌ ଯୋଦ୍ଧା

ଡ୍ୟୁଟିରେ ଥିବା ବେଳେ ଟଳିପଡ଼ିଲେ କରୋନା ଯୋଦ୍ଧା। ଆଜି ଏପରି ହୃଦୟବିଦାରକ ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଘଟିଛି। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି, ତାହା ଜଣାପଡ଼ି ନାହିଁ।

ଆଶା କର୍ମୀ ପୂର୍ଣ୍ଣମାସୀ ବଳିଆରସିଂହ ଆଜି ଓରବରସିଂ ପଞ୍ଚାୟତ ଡିହଖଳା ଗାଁରେ ଔଷଧ ବାଣ୍ଟୁଥିଲେ। ଗୋଟିଏ ଘରେ ଔଷଧ ବାଣ୍ଟି ଅନ୍ୟ ଘରକୁ ଯାଉଥିବା ବେଳେ ଶ୍ରୀମତୀ ବଳିଆର୍‌ସିଂହ ହଠାତ୍‌ ରାସ୍ତାରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ସେ ଜଣେ କୋଭିଡ୍‌ ଯୋଦ୍ଧା ହୋଇଥିବାରୁ ତାଙ୍କର କରୋନା ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି।

Spread the love