ପରିବହନ ଶ୍ରମିକ ମାନଙ୍କୁ କୋଭିଡ-୧୯ସହାୟତା ଯୋଗାଇବା ପରେ ପରିବନ ସେବା ଘୋଷାଣା କରାଯାଉ – ଶ୍ରମିକ ଫେଡେରେସନ

ମାର୍ଚ୍ଚ ୨୩ ତାରିଖରୁ ସାରା ଦେଶରେ ଲକଡାଉନ ମାତ୍ର ୪ ଘଣ୍ଟା ସମୟ ଦେଇ  ଘୋଷଣା କଲେ ପ୍ରଧାନମନ୍ତ୍ରୀ। ସାରା ଦେଶ ଠପ ହୋଇଗଲା। ଯିଏ ଯେଉଁଠି ରହିଲା ସେହି ଠାରେ ରହିଲା। ପରିବହନ ଶ୍ରମିକ, ଟ୍ଯାକ୍ସି ଓ ଅଟୋ ଚାଳକ ଯିଏ ଯେଉଁଠି ସେଇଠାରେ ରହିଲେ ହଜାର ହଜାର ଟ୍ରକ,ବସ ରାସ୍ତାରେ କଡରେ ପଡି ରହିଲା । ହଜାର ହଜାର ପରିବହନ ଶ୍ରମିକ, ଟ୍ଯାକ୍ସି, ଅଟୋ ଚାଳକ ଓ ପରିବହନ ଉପରେ ନିର୍ଭର କରୁଥିବା ଶ୍ରମିକ ସମସ୍ତେ କାର୍ଯ୍ଯ ହରାଇଲେ। ଘୋଷାଣା ହେଲା ଖାଦ୍ଯ ଏବଂ ଆର୍ଥକ ସହାୟତା ହେଲେ ବାଦ ପଡିଲେ ପରିବହନ ଶ୍ରମିକ। ଯେତେ ଦାବି ଜଣାଇଲେ ସୁଧା ସରକାର ଏବଂ ମାଲିକ ଏମାନଙ୍କ ପ୍ରତି ଅଣଦେଖା କଲେ। ଦିର୍ଘ ଦୁଇମାସ କି ପ୍ରକାର ଏମାନ ପରିବାର ଚଳୁଛି କେହି ବି ଦୃଷ୍ଟି ଦେଲେନାହିଁ। ହେଲ ସରକାର ଘୋଷଣା କଲେ ପରିବହନ ସେବା ଆରମ୍ଭ ହେବ ଠିକ ଅଛି ପୁଣି କାର୍ଯ୍ଯରତ ହେବେ ଶ୍ରମିକ ମାନେ ହେଲେ ଏମାନଙ୍କ ପାଇଁ କୋଭିଡ-୧୯ ର ସହାୟତା କି ସୁରକ୍ଷା ପ୍ରଦାନ କରାଯାଇନାହିଁ। ଯେମିତି କି ଟ୍ରନ ଓ ବିମାନ ର ଚାଳକ ଓ କର୍ମଚାରୀ ମାନଙ୍କ ପାଇଁ ବୀମା ରାଶି ୫୦ ଲକ୍ଷ ଘୋଷଣା କରାଯାଇଛି ଏମାନଙ୍କ ପାଇଁ କିଛି ନାହିଁ। ଏଣୁ ସରକାର ପରିବନ ଚଳାଚଳ ଘୋଷଣା କରିବା ପୂର୍ବରୁ ଏମାନଙ୍କ ସୁରକ୍ଷା କଥା ଚିନ୍ତା କରି ଘୋଷଣା କରିବା ଉଚିତ ଥିଲା।
ଏଣୁ ପରିବହନ ଶ୍ରମିକ ଫେଡେରେସନ ଦାବି କରି ଆସୁଥିବା ସମସ୍ତ ଦାବିକୁ ସରକାର ତୁରନ୍ତ ବିଚାରକୁ ନିଅନ୍ତୁ।
ଦାବି
୧ – ସମସ୍ତ ପରିବହନ ଶ୍ରମିକ, ଟ୍ଯାକ୍ସି, ଅଟୋ ଚାଳକ ମାନଙ୍କୁ ୭୫୦୦/ଟଙ୍କା ଲେଖାଏଁ ତାଙ୍କ ବ୍ଯାଙ୍କ ଖାତାକୁ ୩ ମାସର ତୁରନ୍ତ ଦିଆଯାଉ।
୨- ସମସ୍ତ ପରିବହନ ଶ୍ରମିକ ପରିବାରଙ୍କୁ ୩ ମାସର ଖାଦ୍ଯସାମଗ୍ରୀ ଯୋଗାଇ ଦିଅ।
୩- ସମସ୍ତ ପରିବହନ ଶ୍ରମିକ, ଟ୍ଯାକ୍ସି ଓ ଅଟୋ ଚାଳକ ମାନଙ୍କୁ ୫ ଲକ୍ଷ ଟଙ୍କାର ବୀମା ଭୁକ୍ତ କରାଯାଉ ଓ କୋଭିଡ-୧୯ ର ମୁକାବିଲା ପାଇଁ ଡାକ୍ତରୀ ସାମଗ୍ରୀ ଯୋଗାଇ ଦିଆଯାଉ।।

 

Spread the love