ଓଡ଼ିଶାରେ ଉତ୍ପାଦନ ହେବ କରୋନା ଟିକା; ଭାରତ ବାୟୋଟେକ୍ ବସାଇବ କାରଖାନା
ରାଜ୍ୟରେ ଆଜି ପୁଣି ୧୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୮୬୭ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୬୨୭ ଜଣ। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୮ ହଜାର ୭୬୮ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୮୩ ହଜାର ୫୩୩ ଜଣ। ଏବେ ସକ୍ରିୟ ଅଛନ୍ତି ୧୩୭୮୯ ଜଣ ଆକ୍ରାନ୍ତ। ରାଜ୍ୟରେ ଏପର୍ଯ୍ୟନ୍ତ ୧୩୯୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, କରୋନା ଭାଇରସ ମହାମାରୀ ଚୀନରେ ଗତ ବର୍ଷ ଡିସେମ୍ବର ମାସରେ ଦେଖାଯାଇଥିଲା। ଏହାରି ମଧ୍ୟରେ ଆଉ କିଛି ଦିନ ପରେ ଏହି ମହାମାରୀ ବ୍ୟାପିବାକୁ ପ୍ରାୟ ଏକ ବର୍ଷ ପୂରିବ। କରୋନା ଟିକା ଓ ଔଷଧ ପାଇଁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମାନେ ଦିନ ରାତି ପରିଶ୍ରମ କରୁଛନ୍ତି। ଟିକାପାଇଁ ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା କାମ କରୁଛନ୍ତି। ବିଗତ ୧୧ ମାସ ମଧ୍ୟରେ ବିଶ୍ୱରେ କରୋନା ଯୋଗୁଁ ପ୍ରାୟ ୫ କୋଟି ଲୋକ ଆକ୍ରାନ୍ତ ହୋଇସାରିଥିବା ବେଳେ ୧୨ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ କରୋନା ଯୋଗୁଁ ୮୪ ଲକ୍ଷ ୧୧ ହଜାର ୭୨୪ ଜଣ ଆକ୍ରାନ୍ତ ହୋଇସାରିଛନ୍ତି। ସେହିଭଳି ୧ ଲକ୍ଷ ୨୪ ହଜାର ୯୮୫ ଜଣଙ୍କର ମୃତ୍ୟୁ ହୋଇଛି।