୧୦ରୁ କଟକରେ ବୁଷ୍ଟର ଡୋଜ୍‌ ଟିକାକରଣ, ୨ୟ ଡୋଜର ୯ମାସ ପରେ ନେବେ ଭ୍ୟାକ୍‌ସିନ୍‌

କଟକ ୦୨।୦୧ : କଟକରେ ଆରମ୍ଭ ହେବ ବୁଷ୍ଟର ଡୋଜ ଟିକାକରଣ । ଆସନ୍ତା ୧୦ରୁ ଏହି ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ନୋଡ଼ାଲ ଅଫିସର ଡକ୍ଟର ଉମେଶ ରାୟ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆସନ୍ତା ୧୦ରୁ କଟକରେ ଆରମ୍ଭ ହେବ ବୁଷ୍ଟର ଡୋଜ ଟିକାକରଣ । ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ କୋଭିଡ୍ ଯୋଦ୍ଧା ପ୍ରଥମେ ନେବେ ବୁଷ୍ଟର ଡୋଜ। ୬୦ ବର୍ଷରୁ ଉର୍ଦ୍ଧ୍ବ ବିଭିନ୍ନ ରୋଗରେ ପୀଡିତ ବୟସ୍କ ଲୋକ ମଧ୍ୟ ନେବେ ବୁଷ୍ଟର ଡୋଜ । ଦ୍ବିତୀୟ ଡୋଜର ୯ ମାସ ପରେ ଦିଆଯିବ ବୁଷ୍ଟର ଡୋଜ । ସମୟ କ୍ରମେ ସାଧାରଣ ଲୋକ ବୁଷ୍ଟର ଡୋଜ ଦିଆଯିବ ।

Spread the love