କୋଭିଡ୍‌ରେ ଜୀବନ ହାରିଥିଲେ ୨ ସାମ୍ୱାଦିକ; ପରିବାରକୁ ସହାୟତା ରାଶି ଦେଲେ ଜିଲ୍ଲାପାଳ

ମୟୂରଭଞ୍ଜ ୨୨/୧୧: କୋଭିଡ୍‌ ମହାମାରି ବେଳେ ପ୍ରାଣ ହରାଇଥିବା ୨ ସମ୍ମୁଖ ଯୋଦ୍ଧା ତଥା ସାମ୍ୱାଦିକଙ୍କ ପରିବାରକୁ ସହାୟତା ମିଳିଲା ସହାୟତା ରାଶି। ମଙ୍ଗଳବାର ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଫେସିଲିଟେସନ ସେଣ୍ଟରରେ କୋଭିଡ୍‌ରେ ଜୀବନ ହାରିଥିବା ମୟୁରଭଞ୍ଜର ୨ କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରଙ୍କୁ କୋଭିଡ ୧୫ ଲକ୍ଷ ଟଙ୍କା ସହାୟତା ଜିଲ୍ଲାପାଳ ପ୍ରଦାନ କରିଛନ୍ତି। ଏହି ସହାୟତା ରାଶି ସ୍ବର୍ଗତଃ ପରମାନନ୍ଦ ଦାସଙ୍କ ସ୍ତ୍ରୀ ମାନୁ ଦାସ ଓ ସ୍ବର୍ଗତଃ ହିରଣ୍ୟ ପିଙ୍ଗୁଆଙ୍କ ସ୍ତ୍ରୀ  ଶକୁନ୍ତଳା ପିଙ୍ଗୁଆଙ୍କୁ ଜିଲ୍ଲାପାଳ ଦେଇଛନ୍ତି। ସୂଚନାଥାଉକି, ସ୍ବର୍ଗତ ପରମାନନ୍ଦ ଦାସ ସୁଳିଆପଦା ବ୍ଲକ ପ୍ରତିନିଧି ଭାବେ ଓଡିଆ ଦୈନିକ ସାମ୍ବାଦପତ୍ର କ୍ରାନ୍ତିଧାରା ପାଇଁ କାର୍ଯ୍ୟରତ ଥିଲେ। ସେହିପରି ସ୍ବର୍ଗତ ହିରଣ୍ୟ ପିଙ୍ଗୁଆ ଦୈନିକ ଓଡ଼ିଆ ଖବର କାଗଜ ସମ୍ବାଦରେ ଶୁକୃଳି ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ।

ରାଜ୍ୟ ସରକାର ସାମ୍ବାଦିକଙ୍କ କାର୍ଯ୍ୟଧାରାକୁ ଗୁରୁତର ସହ ବିଚାର କରି ସେମାନଙ୍କ ନୈତିକ ମନୋବଳକୁ ଦୃଢ଼ କରିବାକୁ ସେମାନଙ୍କୁ କରନା ଯୋଦ୍ଧା ଭାବେ ଘୋଷଣା କରିଥିଲେ। ସେହିପରି ଯେଉଁ ସାମ୍ୱାଦିକମାନେ କୋଭିଡ୍‌ରେ ଜୀବନ ହରାଇବେ ସେମାନଙ୍କୁ  ଏହି ସହାୟତା ରାଶି ଘୋଷଣା କରାଯାଇଥିଲା। ମୟୁରଭଞ୍ଜ ଜିଲ୍ଲାପାଳଙ୍କ ପ୍ରଚେଷ୍ଟା ତଥା ସୁପାରିଶରେ ଏହି ସହାୟତା ରାଶି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଥିବା କୁହାଯାଇଛି।ଏହି ସମୟରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଡେପୁଟି କଲେକଟର ଏମର୍ଜେନସି ଶ୍ରୀ ସୁଜୟ କୁମାର ପତି ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସହିତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Spread the love