କୋଭିଡ୍‌ ସାର୍ଟିଫିକେଟ୍‌ ଦେଖାଇଲେ ୭% ଡିସ୍‌କାଉଣ୍ଟ୍‌

ରାଉରକେଲା: କୋଭିଡ୍‌ ସାର୍ଟିଫିକେଟ୍‌ ଦେଖାଇଲେ ମିଳିବ ୭ ପ୍ରତିଶତ ଡିସ୍‌କାଉଣ୍ଟ୍‌। ଏପରି ବ୍ୟବସ୍ଥା ସୁନ୍ଦରଗଡ଼ ଜିଲ୍ଲା ବିର୍ଶାମୁଣ୍ଡା ଛକ୍‌ରେ ଥିବା ‘କେକରୀ ବେକରୀ’ ପକ୍ଷରୁ ଏପରି ଅଫର ଦିଆଯାଇଛି।

ବିର୍ଶାମୁଣ୍ଡା ଛକ ମେନ୍‌ ରୋଡ୍‌ରେ ରହିଛି ‘କେକରୀ ବେକରୀ’ ଦୋକାନ। ଏଠି ଭେରାଇଟି ବାର୍ଥ ଡେ’ କେକ୍‌ଠାରୁ ଆରମ୍ଭ କରି ବିସ୍କୁଟ, ନମକିନ୍‌ ଜିନିଷ ଓ ବିଭିନ୍ନ ପ୍ରକାର ବ୍ରେଡ୍‌ ବିକ୍ରି ହେଉଛି। କେବଳ ସେତିକି ନୁହେଁ ମିଠା ସାମଗ୍ରୀ ଯଥା- ରସଗୋଲା, ଗୁଲାପଜାମୁନ, ରସମଲାଇ, ପେଡା ଆଦି ମଧ୍ୟ ରହିଛି। ଏଠି ଏବେ ଚାଲିଛି କରୋନା ଅଫର୍‌। ଆପଣ ଯଦି କରୋନା ଟିକାର ପ୍ରଥମ ବା ଦ୍ୱିତୀୟ ଡୋଜ ନେଇଛନ୍ତି, ତାହାହେଲେ ମିଳିବ ୭ ପ୍ରତିଶତ ଅଫର୍‌। ଉକ୍ତ ଦୋକାନରୁ ଯେ କୌଣସି ଜିନିଷ କିଣିଲା ବେଳେ କୋଭିଡ୍‌ ସାର୍ଟିଫିକେଟ୍‌ ଦେଖାଇଲେ ମିଳିବ ଡିସ୍‌କାଉଣ୍ଟ। ରାଉରକେଲା ସହରରେ ସପ୍ତାହନ୍ତ ଶଟ୍‌ଡାଉନ୍‌ ରହିଥିବାରୁ ଲୋକଙ୍କ ଭିଡ୍‌ ଏଠି ଲାଗୁଛି।

Spread the love