କେବେ ଆସିବ Covid ତୃତୀୟ ଲହର, ଜାଣନ୍ତୁ କ’ଣ କହିଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ ୩୧।୮: ବିଶେଷଜ୍ଞଙ୍କ ଅନୁସାରେ ଭାରତ ବିଶେଷ କରି ଶିଶୁଙ୍କ ଲାଗି ସ୍ୱାସ୍ଥ୍ୟ ସୁବିଧା ବଢାଇବା ଓ କରୋନା ତୃତୀୟ ଲହର ସତର୍କତା ସ୍ୱରୁପ ଏବେ ଟିକାକରଣ ଲାଗି ପ୍ରୟାଶ ଜାରି ରଖିଛି। ଗତ ଏପ୍ରିଲ ଓ ମେ ମାସରେ କରୋନା ଦ୍ୱିତୀୟ ଲହର ଦେଶରେ ସ୍ଥାୟୀ ଛାପ ଛାଡି ଯାଇଛି। ଯେତେବେଳେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦୁଇଗୁଣା ଓ ରାତିକୁ ୪ ଗୁଣା ହାରରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା  ମଧ୍ୟ ଚିନ୍ତାଜନକ ଥିଲା। ସେପଟେ ପରିସ୍ଥିତିର ମୁକାବିଲା ଲାଗି ଦେଶର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ମଧ୍ୟ ନିଅଣ୍ଟ ପଡିଥିଲା।

ଦେଶ ଏବେ ଚେତାବନୀରେ ସତର୍କତା ଲାଗି ପଦକ୍ଷେପ ନେଇଥିବା ବେଳେ ଆସନ୍ତୁ ଜାଣିବା କେବେ ଦେଶରେ ଆସିବ ତୃତୀୟ ଲହର?
କିଛି ବିଶେଷଜ୍ଞ ଅକ୍ଟୋବର ମାସ ପ୍ରାରମ୍ଭକୁ କରୋନା ତୃତୀୟ ଲହର ନେଇ ସତର୍କ କରାଇଛନ୍ତି। ଯେଉଁମାନେ ନଭେମ୍ବର ମାସରେ ଏହା ପିକକୁ ଛୁଇଁବ ବୋଲି ଆକଳନ କରୁଥିବାବେଳେ ଭୂତାଣୁର ପ୍ରକୋପ ପାଗ ଉପରେ ନିର୍ଭର କରିବ ବୋଲି କହିଛନ୍ତି। କରୋନା ଦ୍ୱିତୀୟ ଲହରକୁ ଏହାର ଡେଲ୍ଟା ଭାରିଏଣ୍ଟ ଉଗ୍ର କରିଦେଇଥିଲା। କରୋନା ଭାଇରସର ଏପର୍ଯ୍ୟନ୍ତ ହୋଇଥିବା ମ୍ୟୁଟେସନରେ ଡେଲ୍ଟା ଥିଲା ସବୁଠାରୁ ଘାତକ । ଏହା ଅଧିକ ସଂକ୍ରମଣ କ୍ଷମତା ସବୁଠୁ ଅଧିକ ଥିଲା। ଫଳରେ  ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି କରିଥିଲା।

ତେବେ ଭାରତରେ ଭୂତାଣୁର ଡେଲ୍ଟା ପ୍ରକାର ଧିରେ ଧିରେ ପ୍ରସମିତ ହେଉଥିବା ବେଳେ ଇସ୍ରାଏଲ ଓ ଆମେରିକା ଭଳି ଦେଶମାନେ ଏବେବି ସଂକ୍ରମଣ ବିରୋଧରେ ସଂଘର୍ଷ ଜାରି ରଖିଛନ୍ତି। ତେବେ ବିଶେଷଜ୍ଞଙ୍କ କହିବା କଥା ଏହି ପ୍ରକାର ଭୂତାଣୁର ପରବର୍ତ୍ତି ଉତପରିବର୍ତ୍ତନ ଦେଶରେ ତୃତୀୟ ଲହର ଆଣିପାରେ। ଦେଶରେ କରୋନା ଭାଇରସ ମହାମାରୀ ପୂର୍ବାନୁମାନ କରୁଥିବା ୩ ସଦସୀୟ ବିଶେଷଜ୍ଞ ଟିମ୍‌ର ସଦସ୍ୟ ତଥା ଆଇଆଇଟି କାନପୁରର ବୈଜ୍ଞାନିକ ମନିନ୍ଦ୍ର ଅଗ୍ରୱାଲ ଯିଏ ସଂକ୍ରମଣରେ କୌଣସି ପ୍ରକାର ବୃଦ୍ଧିର ଭବିଷ୍ୟବାଣୀ କରନ୍ତି ତାଙ୍କ ଅନୁସାରେ ଭାରତ ହୁଏତ ଅକ୍ଟୋବର ଶେଷ ଓ ନଭେମ୍ବର ମଧ୍ୟ ସୁଧା ତୃତୀୟ ଲହର ଦେଖିପାରେ।

ଦେଶରେ ଜାରିଥିବା ସଂକ୍ରମଣରେ ଯଦି ନୂଆ ମ୍ୟୁଟାଣ୍ଟ ଭୂତାଣୁର ଆବିର୍ଭାବ ହୁଏ ତେବେ ସେପ୍ଟେମ୍ବର ଶେଷ ବେଳକୁ ଦେଶରେ ହୁଏତ ପୁଣି ସଂକ୍ରମଣ ବୃଦ୍ଧି ହୋଇପାରେ। ଯଦି ଏପରି କିଛି ନ ହୁଏ ତେବେ ସଂକ୍ରମଣ ଜନିତ ପରିସ୍ଥିତିରେ ସେଭଳି କୌଣସି ପରିବର୍ତ୍ତନ ହୋଇ ନପାରେ ବୋଲି ସେ କହିଛନ୍ତି। ସେହିପରି ମହାମାରୀ ବୈଜ୍ଞାନିକ ଜୟପ୍ରକାଶ ମୁଲିୟିଲ ଭୂତାଣୁର ନୂଆ ଭାରିଏଣ୍ଟ ଦେଶରେ ସଂକ୍ରମଣର ୱେଭ ଆଣିପାରେ ବୋଲି କହିଛନ୍ତି।

ସେପଟେ କେନ୍ଦ୍ର ଗୃହମନ୍ତ୍ରାଳୟ ଏକ ସଂସ୍ଥାନଙ୍କ ଆକଳନ ଅନୁସାରେ ହୁଏତ ଦେଶରେ ସେପ୍ଟେମ୍ବର ଓ ଅକ୍ଟୋବର ମଧ୍ୟରେ କେବେବି ତୃତୀୟ ଲହର ଆସିପାରେ ବୋଲି ସତର୍କ କରାଇଛନ୍ତି। ଏଣୁ ଟିକାକରଣ ବଢାଇବାକୁ ପରାମର୍ଶ ଦିଆଯାଇଥିଲା। ସେତେବେଳେ ଏହି କରୋନା ଲହରରେ ବୟଷ୍କଙ୍କ ଭଲି ପିଲାଙ୍କ ଲାଗି ମଧ୍ୟ ସମାନ ବିପଦ ରହିପାରେ। ଏଣୁ ହସ୍ପିଟାଲମାନଙ୍କରେ ଶିଶୁରୋଗ ବିଶେଷଜ୍ଞଙ୍କ ସମେତ ଚିକିତ୍ସା ଲାଗି ଡାକ୍ତର, ଉପକରଣ ଆଦି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେମିତି ଜାଣିବା ତୃତୀୟ ଲହର  

ଗତ ମେ ଓ ଜୁନ ମାସରେ ଜାତୀୟ ସ୍ତରରେ ସଂକ୍ରମଣ ହାର ବଢିବାରେ ଲାଗିଥିଲା। ସାରା ଦେଶରେ ସେତେବେଳକୁ ଦୈନିକ ୧ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଥିଲେ। ଏଥିରୁ ଲହର ସ୍ପଷ୍ଟ ହୋଇଥିଲା। ଯଦି ଏପରି କୌଣସି ପରିସ୍ଥିତି ଉପୁଜେ ତେବେ ଏହାକୁ ତୃତୀୟ ଲହର ଭାବେ ବର୍ଣ୍ଣନା କରାଯାଇପାରେ। ଯାହା କିଛି ସପ୍ତାହ ଅଥବା ମାସ ଧରି ବଳବତ୍ତର ରହିପାରେ। ଏପରି ସଂକ୍ରମଣ କାଳରେ ରାଜ୍ୟମାନଙ୍କୁ ସ୍ଥାନୀୟ ସଂକ୍ରମଣ ହାରରେ ବୃଦ୍ଧି ଦେଖାଯାଇପାରେ।

ତୃତୀୟ ଲହରକୁ ଦେଶରେ କିପରି ଦେଖାଯିବ
ଯଦି ଦେଶରେ କରୋନାର ତୃତୀୟ  ଲହର ଆସେ ଓ ଦୈନିକ ସଂକ୍ରମଣ ହାର ୧ ଲକ୍ଷକୁ ପହଞ୍ଚେ (ଗତ ମେ ମାସରେ ଦୈନିକ ସଂକ୍ରମଣ ହାର ୪ ଲକ୍ଷରେ ପହଞ୍ଚୁଥିଲା) ଏହା କେବଳ ଭୂତାଣୁର ନୂଆ ଉତ୍ପରବର୍ତ୍ତି ଯୋଗୁ ସମ୍ଭବ ହୋଇଥାଏ ବୋଲି ମନିନ୍ଦ୍ର ଅଗ୍ରୱାଲ କହିଛନ୍ତି। ଅଗ୍ରୱାଲ ଗତମାସରେ ଏକ ଗାଣିତିକ ମଡେଲ ଉପସ୍ଥାପନ କରିଥିଲେ। ଯେଉଁଥିରେ ଅକ୍ଟୋବର-ନଭେମ୍ବରକୁ ତୃତୀୟ ଲହରର ପିକ୍‌ ଟାଇମ ବୋଲି ଦର୍ଶାଇଥିଲେ।

ତେବେ ଏପର୍ଯ୍ୟନ୍ତ ଦେଶରେ ଡେଲ୍ଟା ବ୍ୟତୀତ ନୂଆ ଭାରିଏଣ୍ଟର ସୂଚନା ମିଳି ନାହିଁ। ଏହା ଛଡା ଡେଲ୍ଟା ଭାରିଆଣ୍ଟ  ଭଳି ବିଶ୍ୱରେ ଏପର୍ଯ୍ୟନ୍ତ ତୃତୀୟ ଏପରି ସଂକ୍ରମଣ କ୍ଷମତା ରଖୁଥିବା ଭୂତାଣୁର ଦ୍ୱିତୀୟ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇନି। ଏଣୁ ତୃତୀୟ ଲହର ଆସିଲେ ହୁଏତ ଦୈନିକ ସଂକ୍ରମଣ ପାଖାପାଖି ୧ ଲକ୍ଷକୁ ପହଞ୍ଚିପାରେ ବୋଲି ସେ ଅନୁମାନ କରିଛନ୍ତି।

Spread the love