ଢେଙ୍କାନାଳ ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ ଖଡଗ ପ୍ରସାଦ କଲେଜରେ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

ଢେଙ୍କାନାଳ, ୦୭/୦୬: ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ ସ୍ଥାନୀୟ ଖଡଗ ପ୍ରସାଦ କଲେଜ ପରିସରରେ ଏକ ଶହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ ହୋଇଛି । ଆଜି ଭର୍ଚୁଆଲ ମାଧ୍ୟମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଲୋକାର୍ପିତ କରିଛନ୍ତି ।

ଢେଙ୍କାନାଳ ଓଡ଼ପଡା ବ୍ଲକର ଖଡଗ ପ୍ରସାଦ କଲେଜରେ ଏହି ଶହେ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟ କରିବ । ଏଥିରେ ଭେଣ୍ଟିଲେଟର ଓ ୧୦ଟି ଆଇସିୟୁ ବେଡ଼ ବ୍ୟବସ୍ଥା ରହିଛି । ଯାହାକି ଢେଙ୍କାନାଳ ଜିଲ୍ଲାର ଓଡ଼ପଡା ଓ ଅନୁଗୁଳ ଜିଲ୍ଲାର ବଅଁର ପାଳ ବ୍ଲକ ସମେତ ଆଖ ପାଖର ଲୋକ ମାନେ ଉପକୃତ ହେବେ ବୋଲି ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ ଜଣା ପଡ଼ିଛି । ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଓ ଖଗଡ଼ ପ୍ରସାଦ ଠାରେ ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର ସାମଲ ଓ ସୀମାରାଣୀ ନାୟକ, ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଓ ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ ଅଧ୍ୟକ୍ଷ ଟି.ଭି. ନରେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love