ଦେଶରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୩।୦୧:  ଆଜି PM-CM ଆଲୋଚନା । ସାରା ଦେଶରେ ଏବେ କୋଭିଡ଼ ସ୍ଥିତି ବିସ୍ଫୋରକ ରୂପ ନେବାରେ ଲାଗିଛି । ଏହାସହ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୪ ହଜାର ପାର୍ କଲାଣି । ତେଣୁ ଆଜି ଅପରାହ୍ନରେ କୋଭିଡ଼ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବ। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ସ୍ଥିତି ବିଷୟରେ ଅବଗତ କରାଇବା ପରେ ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବାବେଳେ ଦୈନିକ ସଂକ୍ରମଣ ୨ଲକ୍ଷ ନିକଟତର ହୋଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ଦୈନିକ ସଂକ୍ରମଣ ହାର ୧୧.୦୫% ରହିଛି । ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, କେରଳ ଓ ଗୁଜରାଟ ଏବେ ଦେଶର ସମ୍ବେଦନଶୀଳ ରାଜ୍ୟ ରହିଛି। ମହାରାଷ୍ଟ୍ରରେ ସଂକ୍ରମଣ ହାର ୨୨.୩୯% ରହିଥିବାବେଳେ ପଶ୍ଚିମବଙ୍ଗରେ ୩୨.୧୮%, ଦିଲ୍ଲୀରେ ୨୬.୨୨% ଓ ଉତ୍ତରପ୍ରଦେଶରେ ୪.୪୭% ରହିଛି। ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ସମୀକ୍ଷା ବୈଠକ କରିବେ।

Spread the love