ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି

ଭୁବନେଶ୍ବର ୯।୧୨: ବିଧାନସଭାରେ କୋଭିଡ୍ ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ କହିଛନ୍ତି, ବିଧାନସଭା ସଚିବଙ୍କ ସହ ଅନ୍ୟ ଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଚିବଙ୍କ ସଂସ୍ପର୍ଶରେ ଆମେମାନେ ଆସିଥିବାରୁ ଆମର ଆଣ୍ଟିଜେନ୍ ଟେଷ୍ଟ କରାଇଥିଲୁ । ମୋ ସମେତ ୬ ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ ନେଗେଟିଭ ଆସିଛି ।  ସଚିବଙ୍କ ସଂସ୍ପର୍ଶରେ ଅନ୍ୟ ଯେଉଁମାନେ ଆସିଛନ୍ତି ତାଙ୍କର ମଧ୍ୟ ଗୁରୁବାର ଅଣ୍ଟିଜେନ୍ ଟେଷ୍ଟ କରାଯିବ । ବିଧାନସଭା ପରେ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସମସ୍ତ ବିଧାୟକମାନଙ୍କୁ ବୁଷ୍ଟର ଡୋଜ୍ ଦେବା ପାଇଁ ଆରଏମଆରସି ନିର୍ଦ୍ଦେଶିକାଙ୍କ ସହ ଫୋନ୍ ଯୋଗେ ବାଚସ୍ପତି ଆଲୋଚନା କରିଛନ୍ତି।

ଆହୁରି କହିଛନ୍ତି, ବିଧାନସଭାରେ ଗଣ୍ଡଗୋଳ ପରିସ୍ଥିତି ପାଇଁ ମୁଁ ସମସ୍ତଙ୍କୁ ଡାକିଥିଲି । ସବୁ ନେତାମାନେ ବସିଥିଲେ । ମୁଁ ଆଶା ବାନ୍ଧିଥିଲି ସମସ୍ୟାର ସମାଧାନ ହେବ । ବୁଧବାର ସନ୍ଧ୍ୟା ସୁଦ୍ଧା କିଛି ହୋଇ ପାରିଲାନି । ଆଜି ମୁଁ କଥା ହୋଇଥାନ୍ତି କିନ୍ତୁ ଦୁର୍ଭାଗ୍ୟର କଥା ଭାରତ ବର୍ଷରେ ବୁଧବାର ଯେମିତି ଘଟଣା ଘଟିଲା ଆମ ଆର୍ମି ଚିଫ୍ଙ୍କ ମୃତ୍ୟୁ ହେଲା ସେଥିପାଇଁ ଶୋକ ପ୍ରସ୍ତାବ ନିଆଗଲା ।  ସେଥିପାଇଁ ୪ଟା ଯାଏଁ ଗୃହକୁ ମୁଲତବୀ ରଖାଯାଇଛି । ଦେଖିବା ତାପରେ କ’ଣ ହେଉଛି ? ବାଟ ହେଉଛି ସମସ୍ତେ ବସିକି ସୁସ୍ଥ ବାତାବରଣରେ କାମ କରିବା ଦରକାର ।

Spread the love