ଦୁଇ ଗାଡ଼ି ଅଟକ, ୪୦ରୁ ଅଧିକ ଗୋରୁ ଉଦ୍ଧାର

ଭଦ୍ରକ, ୨/୩: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ଛକ ନିକଟରେ ବେଆଇନ ଗୋଚାଲାଣ ବେଳେ ଦୁଇଟି ପିକଅପ ଭ୍ୟାନ ଜବତ ହୋଇଛି। ସେଥିରୁ ୪୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛନ୍ତି।
ଖବର ଅନୁଯାୟୀ, ସୋମବାର ରାତିରେ ଗେଲପୁର ଛକ ନିକଟରେ ବେଆଇନ ଗୋ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ ଦୁଇଟି ଗାଡ଼ିକୁ ଅଟକ ରଖିଥିଲେ। ତେବେ ଅନ୍ୟ ତିନିଟି ଗାଡ଼ି ପଳାଇଥିଲା। ଯାଜପୁର ପାଣିକୋଇଲିରୁ ପଶ୍ଚିମବଙ୍ଗକୁ ଗୋଚାଲାଣ ହେଉଥିବା କୁହାଯାଉଛି।ଖବର ପାଇ ଗୋସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚି ଗୋରୁମାନଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଘଟଣାସ୍ଥଳରୁ ଦୁଇ ଗାଡ଼ିର ଚାଳକ ଓ ହେଲପର୍ ଫେରାରହୋଇଯାଇଛନ୍ତି।

Spread the love