ବାଟରେ ଗୋବର ମାଡ଼ିଲେ ମିଳିଥାଏ କେଉଁ ସଙ୍କେତ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଅନୁଚିତା ବା ନୀତିବାଣୀ ନେଇ ଆସିଛୁ ଯାହା ଆମର ନୀତି ଦିନିଆ ଜୀବନରେ କାମରେ ଆସିବ । ଏମିତି କିଛି ଅନୁଚିନ୍ତା ରହିଛି ଯାହା ପୁରାତନ କାଳ ରୁ ପାଳନ କରା ଯାଉଛି ଯାହାର ବିଶେଷ ମହତ୍ଵ ମଧ୍ୟ ରହିଛି । ଏହି ସବୁ ନିୟମ ଗୁଡିକର ପାଳନ କରିଲେ ଜୀବନରେ ସୁଖ ସମୃଦ୍ଧିର ଆଗମନ ହେବା ସହ ଧନ ବୃଦ୍ଧି ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ବିଷୟରେ ବିସ୍ତାର ଭାବରେ ।

୧- ଘରର ମୁଖ୍ୟ ଦ୍ଵାର ବା ଝରକା ବାଟେ ରୋଷେଇ ଚୁଲା ବାହାରକୁ ଦେଖାଯିବା ଅନୁଚିତ । ଏହା ଦ୍ଵାରା କୌଣସି ବିପଦା ଆସିବାର ସୂଚନା ମିଳିଥାଏ । ଘରର ପଶ୍ଚିମ ଦିଗରେ ପୂର୍ବକୁ ମୁହଁ କରି ଭୋଜନ କରିଲେ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ ।

୨- ଘରର ଐଶାନ୍ୟ କୋଣରେ କେବେ ବି ରୋଷେଇ ଘର ରଖିବା ଅନୁଚିତ । ମାଠିଆରେ ବର୍ଷା ପାଣି ସଂଗ୍ରହ କରି ରଖିଲେ ଅନେକ ସମସ୍ଯା ଦୂର ହୋଇଥାଏ । ଘରର ମୁଖ୍ୟ ଦ୍ଵାର ଭଙ୍ଗା ହେବା ଅନୁଚିତ । ଏହା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

୩- ଯଦି କାହାର ସ୍ୱାସ୍ଥ୍ୟ ଅଧିକ ଗୁରତୁର ହୋଇଥାଏ ତେବେ ଅଟାରେ କଳାଖସା ମିଶାଇ ରୋଟି ତିଆରି କରି ଗୁଡ ମିଶ୍ରଣ କରି ମଇଁଷିକୁ ଖାଇବାକୁ ଦେଲେ ଏଥିରୁ ଉପଶମ ମିଳିଥାଏ । ଶରୀରରେ ଯନ୍ତ୍ରଣା ଅଧିକ ହେଉଥିଲେ ସ୍ନାନ କରିବା ସମୟରେ ଗଙ୍ଗା ଜଳ ମିଶାଇଲେ ଉପଶମ ମିଳିଥାଏ ।

୪- ଯଦି ଅଧିକ ଟଙ୍କା ରୋଜଗାର କରିବା ପରେ ବି ଅର୍ଥର ଅଭାବ ହେଉଥାଏ ତେବେ ଗହମରେ ୧୧ଟି ତୁଳସୀ ପତ୍ର ଓ ୨ଟି କେସର ଦାନା ମିଶାଇ ପେସାଇ ବ୍ୟବହାର କରିବା ଉଚିତ । ସନ୍ଧ୍ୟା ସମୟରେ ପଢିବା, ଶୋଇବା ବା ଖାଇବା ଅନୁଚିତ ।

୫- ରାତିରେ ଭାତ, ଛତୁଆ, ଦହି ଖାଇବା ଅନୁଚିତ । ଏହା ଦ୍ଵାରା ଆର୍ଥିକ ସମସ୍ୟା ଦେଖାଯାଏ । ସକାଳୁ ମୁହଁ ନ ଧୋଇ ଚାହା ପିଇବା ଅନୁଚିତ । ଅଇଁଠା ହାତରେ ଗୋରୁ ବା ଅଗ୍ନିକୁ ଛୁଇଁବା ଅନୁଚିତ ।

୬- ଘରେ ଠାକୁରଙ୍କ ଉପରେ ଦିଆଯାଇଥିବା ମଉଳି ଥିବା ଫୁଲ ରଖିବା ଅନୁଚିତ । ନଦୀରୁ ଜଳ ସଂଗ୍ରହ କରି ଘରର ଐଶାନ୍ୟ କୋଣରେ ରଖିଲେ ଶୁଭ ହୋଇଥାଏ । ଘରୁ ବାହାରିବା ସମୟରେ କାଉକୁ ରୋଟି ଖାଇବାକୁ ଦେଲେ କାର୍ଯ୍ୟ ସଫଳ ହୋଇଥାଏ ।

୭- ବାରମ୍ବାର କରଜରେ ବୁଡି ରହୁଥିଲେ ସ୍ମ୍ସାନ ପାଖରେ ଥିବା ଓସ୍ତ ଗଛରେ ଜଳ ଦେଲେ ଏହା ଦୂର ହୋଇଥାଏ । ବ୍ୟବସାୟ ଭଲ ଚାଲୁ ନ ଥିଲେ ଓସ୍ତ ଗଛରେ ବୁଧବାର ଦିନ ଧଳା ପତାକା ବାନ୍ଧିବା ଦ୍ଵାରା ଶୁଭ ହୋଇଥାଏ ।

Spread the love