ମା’ର ବାତ୍ସଲ୍ୟ ପ୍ରେମ, କୁକୁରକୁ କ୍ଷୀର ପିଆଉଛି ଗାଈ

ନୀଳଗିରି ୮।୫: ମା’ ଜାଣେ ପିଲାର ଭୋକ । ସେ ନିଜର ହେଉ କିମ୍ବା ପର ପିଲା ହେଉ । ମା’ର ବାତ୍ସଲ୍ୟର ଅନାବିଳ ପ୍ରେମ ଓ ମମତା ସଭିଙ୍କ ପାଇଁ ସମାନ । ଆଉ ନିରୀହ ପିଲାଟି ଭୋକ ଜ୍ବଳାରେ କିଛି ବୁଝେନା । ସେ ପର କି ଆପଣାର କି ପଶୁ କି ମଣିଷ । ଏମିତି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ବଜାରରେ । ମଣିଷ ସମାଜ ସିନା ଭୁଲି ଯାଉଛି ମାନବିକତା କିନ୍ତୁ ଏଠି ପଶୁ ଦେଖାଇଛି ପ୍ରେମଭାବ ।

ଲକଡାଉନ୍ ସମୟରେ ହୋଟେଲ ଓ ଜଳଖିଆ ଦୋକାନ ବନ୍ଦ ହୋଇଯିବା ଯୋଗୁଁ ଖାଦ୍ୟାଭାବରେ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ପଶୁମାନେ ।ଏକ ବୁଲା କୁକୁରଟି ଭୋକ ସହିନପାରି ଗୋଟିଏ ଗାଈ ପାଖରୁ କ୍ଷୀର ପିଉଥିବାର ହୃଦୟକୁ ଛୁଇଁଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହାହିଁ ମମତାର ମୂଲ ।ଏଭଳି ଚିତ୍ର ଦେଖିଲେ ମଣିଷ ସମାଜ ଶିଖିବା ଓ ଶିଖାଇବା ସହିତ ଅନ୍ୟକୁ ପ୍ରେରଣା ଯୋଗାଇବ ନିଶ୍ଚିତ ।

Spread the love