କରନ୍ତୁ ଗୋ-ସେବା, ଜୀବନରେ ଭରି ରହିବ ସୁଖ ସମୃଦ୍ଧି
ହିନ୍ଦୁ ଧର୍ମରେ ଗାଈକୁ ଉଚ୍ଚ ସ୍ଥାନ ଦିଆଯାଇଛି। ବିଶ୍ବାସ ରହିଛି ଯେ, ଗୋ-ମାତାଙ୍କ ଶରୀରରେ ୩୩ କୋଟି ଦେବତା ବାସ କରନ୍ତି। ତେଣୁ ଗୋ-ସେବା ଦ୍ବାରା ସମସ୍ତ ଦେବଦେବୀ ପ୍ରସନ୍ନ ହୋଇଥା’ନ୍ତି ଏବଂ ଜୀବନରେ ସୁଖ ସମୃଦ୍ଧି ଭରି ରହିଥାଏ।
ଘରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୁଟିକୁ ଗାଈକୁ ଖାଇବାକୁ ଦେଲେ ଦାରିଦ୍ର୍ୟତା ଦୂର ହୋଇଥାଏ। ଏପରିକି ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ଗାଈଙ୍କୁ ଖାଇବାକୁ ଦେଲେ କାର୍ଯ୍ୟରେ ବାଧା ସୃଷ୍ଟି ହୋଇ ନ ଥାଏ।
ଜାତକରେ ମଙ୍ଗଳ ଦୋଷ ଥିଲେ, ଅନେକ ସମସ୍ୟା ଭୋଗ କରିବାକୁ ପଡ଼ିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ମଙ୍ଗଳବାର ଦିନ ଗୋ-ମାତାଙ୍କ ସେବା କରିବା ସହ ଗୁଡ଼ ଓ ଚଣା ଖାଇବାକୁ ଦିଅନ୍ତୁ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଜାତକରେ ବୁଧ ଗ୍ରହଙ୍କ ଖରାପ ପ୍ରଭାବ ଥିଲେ ବୁଧବାର ଦିନ ଗାଈକୁ ଘାସ ଖାଇବାକୁ ଦେଲେ ଦୋଷ ଖଣ୍ଡନ ହୋଇଥାଏ।
ଗାଈ ବେକରେ ନିଶ୍ଚିତ ଭାବେ ଘଣ୍ଟି ବାନ୍ଧନ୍ତୁ। ଏହି ଘଣ୍ଟିର ଶବ୍ଦ ଦ୍ବାରା ବାତାବରଣ ଶୁଦ୍ଧ ରହିଥାଏ।
ଶନିଙ୍କ କୋପଦୃଷ୍ଟିରୁ ସମସ୍ୟା ହେଉଥିଲେ, କଳା ରଙ୍ଗର ଗାଈକୁ ଖାଇବା ଦେବା ସହ ଏହାଙ୍କ ସେବା କଲେ ମୁକ୍ତି ମିଳିଥାଏ।
ଏପରିକି ବ୍ରାହ୍ମଣଙ୍କୁ କଳା ରଙ୍ଗର ଗାଈ ଦାନ କଲେ ଶୁଭ ଫଳ ମିଳିଥାଏ।
ପିତୃଦୋଷ ଦୂର କରିବା ପାଇଁ ଗୋ-ସେବା କରିବା ଆବଶ୍ୟକ। ଧଳାଗାଈକୁ ଖାଇବାକୁ ଦେଲେ ପିତୃଦୋଷ ଖଣ୍ଡିତ ହୋଇଥାଏ।
କୌଣସି ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ଗାଈକୁ ଖାଇବା ଦେଲେ, ଯାତ୍ରା ସଫଳ ହୋଇଥାଏ ବୋଲି ବିଶ୍ବାସ ରହିଛି।